News

କେନ୍ଦ୍ର ସରକାରଙ୍କୁ ବଡ ଝଟ୍‌କା ଦେଲା ସୁପ୍ରିମକୋର୍ଟ: ରାଫେଲ୍ ମାମଲାରେ ପୁଣି ଥରେ ହେବ ଶୁଣାଣି

ରାଫେଲ ବିବାଦ  ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ ଝଟକା ଦେଇଛି ସୁପ୍ରିମକୋର୍ଟ । ପୁଣି ଥରେ ସୁପ୍ରିମକୋର୍ଟରେ ରାଫେଲ ମାମଲାର ଦ୍ବିତୀୟ ଥର  ଶୁଣାଣି ହେବ ବୋଲି କହିଛନ୍ତି। ରିଭ୍ୟୁ ପିଟିସନ ପାଇଁ ଅନୈତିକ ଉପାୟରେ ପ୍ରତିପକ୍ଷ ହାସଲ କରିଥିବା ରାଫେଲ ଡିଲ୍ ସମ୍ପର୍କରେ ବିଶେଷାଧିକାରପ୍ରାପ୍ତ ନଥିପତ୍ରକୁ ପ୍ରମାଣଭାବେ ଗ୍ରହଣ କରାଯିବ କି ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ଶୁଣାଇଥାନ୍ତେ ସୁପ୍ରିମକୋର୍ଟ।

ଏହାପୂର୍ବରୁ ସୁପ୍ରିମକୋର୍ଟ ଗତବର୍ଷ ଡିସେମ୍ବର ମାସରେ ରାଫେଲ ଡିଲ୍‌କୁ ନେଇ ଶୁଣାଣି କରିଥିଲେ। ଏଥିସହ ଡିଲ୍‌ରେ କୌଣସି ପ୍ରକାରର ଦୁର୍ନୀତି  ହୋଇ ନଥିବା ସ୍ପଷ୍ଟ କରିଥିଲେ। ଦି ହିନ୍ଦୁର ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟର ଆପତ୍ତି ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫ୍ରାନ୍ସ  ସହ ଡିଲ୍‌ କରିଥିଲା। ଏଥିସହ ଫ୍ରାନ୍ସ ସରକାର ବ୍ୟାଙ୍କ ଗ୍ୟାରେଣ୍ଟି  ଦେବାକୁ ମନା କରିବାରୁ ଡିଲ୍‌ ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଦି ହିନ୍ଦୁ ଖବରକାଗଜ ପକ୍ଷରୁ ଏହି ତଥ୍ୟ କେଉଁ ସୂତ୍ରରୁ ସେମାନେ ପାଇଥିଲେ , ତାହା ଉଜାଗର କରାଯିବ ନାହିଁ ବୋଲି କୁହାଯାଇଛି।
ପଢନ୍ତୁ; ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ଦାଖଲ କଲେ ପାର୍ଥୀ ପତ୍ର

Related posts

Netflix ଲଞ୍ଚ୍‌ କଲା ସବୁଠାରୁ ଶସ୍ତା ମୋବାଇଲ୍‌ ପ୍ଲାନ୍‌

Ratnamani Moharana

ଗଣ୍ଠି ଯନ୍ତ୍ରଣା ପାଇଁ ଲେମ୍ବୁ ଚୋପା କେତେ ଉପକାରୀ ଆସନ୍ତୁ ନଜର ପକେଇବା

ENO Beuro

ପଦ୍ମଶ୍ରୀ ଫେରାଇଲେ ମଣିପୁରୀ ଫିଲ୍ମ ନିର୍ମାତା

ENO Beuro

Leave a Comment