News

ଆଜି ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦର ଶୁଣାଣି

ସୁପ୍ରିମକୋର୍ଟରେ ବିଚାରପତି ଏସ୍‌ ଏ ବବଡ଼େ ଓ ବିଚାରପତି ଏଲ୍‌ ନାଗେଶ୍ୱର ରାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମହାନଦୀ ଜଳବିବାଦ ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ। ଶୁଣାଣି ପୂର୍ବରୁ ବିବାଦର ସମାଧାନ ପାଇଁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ ଛତିଶଗଡ଼ ଦାଖଲ କରିଥିବା ଆବେଦନର ଉତ୍ତର ରଖି ରାଜ୍ୟ ସରକାର ଛତିଶଗଡ ମାମଲାକୁ ବିଳମ୍ବ କରୁଛି ଏବଂ ଏହା ଖାରଜ ହେବା ଯୋଗ୍ୟ ବୋଲି କହିଛନ୍ତି। ଛତିଶଗଡ଼ର ଆବେଦନ ଭିତ୍ତିହୀନ ବୋଲି ରାଜ୍ୟ ସରକାର ସତ୍ୟପାଠରେ କହିିଛନ୍ତି।

ସତ୍ୟପାଠ ଜରିଆରେ ଉତ୍ତର ରଖି ଓଡ଼ିଶା କହିଛି ଯେ ବୁଝାମଣା କେବଳ ଯୁଗ୍ମ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ମଧ୍ୟରେ ସୀମିତ ଥିଲା । ଓଡ଼ିଶା ମହାନଦୀ ଜଳବିବାଦ ସମ୍ପର୍କରେ ଯେଉଁ ଅଭିଯୋଗ ପିଟିସନ ୨୦୧୬ ନଭେମ୍ବର ୧୯ରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା ତାହା ଉପରୋକ୍ତ ପ୍ରସଙ୍ଗର ଅଂଶ ବିଶେଷ ନଥିଲା ବୋଲି ରାଜ୍ୟ ସରକାର ଜବାବରେ କହିଛି । ରାଜ୍ୟ ସରକାର ଦାଖଲ କରିଥିବା ପିଟିସନରେ ଜଳବିବାଦକୁ ନେଇ ହୀରାକୁଦ ଡ୍ୟମର ବ୍ୟାକଓ୍ଵାଟର ଅଧ୍ୟୟନ ସମ୍ବନ୍ଧିତ ନୁହେଁ ବରଂ ମହାନଦୀ ଜଳର ଗତି ପରିବର୍ତ୍ତନ ସମ୍ପର୍କରେ ଅଭିଯୋଗ କରାଯାଇଛି ।

ସତ୍ୟପାଠରେ କୁହାଯାଇଛି  ଯେ ଜଳବଣ୍ଟନକୁ ନେଇ ବିବାଦ ହୋଇଥିବା ବେଳେ ବ୍ୟାକ ଓ୍ଵାଟର ଅଧ୍ୟୟନ ସମ୍ପର୍କରେ କଛି କରିବାର ନଥିଲା । ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଯାହା ଏପର୍ୟ୍ୟନ୍ତ ଗଠନ କରାଯାଇନାହିଁ ୧୯୮୩ର ବୁଝାମଣା ଅର୍ନ୍ତଗତ ଏହାର ସୀମିତ ବିଧିସଂଗତ ଅଞ୍ଚଳରେ କେବଳ ୪ଟି ଯୁଗ୍ମ ପ୍ରକଳ୍ପରେ ସୀମିତ ରହିଛି। ବୁଝାମଣାର ଧାରା ୧୧କୁ ନେଇ ଛତିଶଗଡ କେବଳ ଭ୍ରମ ସୃଷ୍ଟି କରୁଛି । ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ଆଳରେ କେବଳ ଟ୍ରିବ୍ୟୁନାଲ ଗଠନର ସାମ୍ବିଧାନିକ ଅଧିକାର ଯାହା ୧୯୫୬ର ଅନ୍ତଃନଦୀ ଜଳ ବିବାଦ ଆଇନ ଅର୍ନ୍ତଗତ ରିମେଡି ରୂପେ ଉପଲବ୍ଧ ଅଛି ତାହାକୁ କେହି ରୋକିପାରିବେ ନାହିଁ ବୋଲି ରାଜ୍ୟ ସରକାର ସତ୍ୟପାଠରେ ସ୍ପଷ୍ଟ କରିଛନ୍ତି ।

ଅନ୍ୟପକ୍ଷରେ , କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଆଜି ପୁଣିଥରେ ୨ ପକ୍ଷର ଆଲୋଚନା ଜରିଆରେ ବିବାଦର ସମାଧାନ ନେଇ ଯୁକ୍ତି ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସ୍ୱତନ୍ତ୍ର ମହାନଦୀ ଟ୍ରିବ୍ୟୁନାଲ ପରିବର୍ତ୍ତେ ସମସ୍ତ ନଦୀଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମଧ୍ୟ ସେ ଖଣ୍ଡପୀଠକୁ ଅବଗତ କରାଇ ପାରନ୍ତି ବୋଲି ସମ୍ଭାବନା ରହିଛି ।

ପଢନ୍ତୁ ;

ଦାଭୋସରେ ବିଶ୍ୱ ଆର୍ଥିକ ମଂଚ ଡବ୍ଲ୍ୟୁଇଏଫ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିବେ :ନରେନ୍ଦ୍ର ମୋଦି

Related posts

ପିକନିକ୍ ବସ୍‌କୁ ପିଟିଲା ହାଇୱା, ୨ମୃତ, ୩୦ଗୁରୁତର

ENO Beuro

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ସ୍ୱାମୀ-ସ୍ତ୍ରୀ ମୃତ

ENO Beuro

ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment