News

କୋର୍ଟଙ୍କ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ରାହୁଲଙ୍କୁ ଜାରି କଲେ କାରଣ ଦର୍ଶାଅ ନୋଟିସ

ରାଫେଲ ଜେଟ୍ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାରି କଲେ ନୋଟିସ

ରାଫେଲ୍ ଡିଲ୍ସି  ଶୁଣାଣି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରାୟ ସମ୍ପର୍କରେ ନିଜ ଭାଷଣରେ ମନଗଢ଼ା ମନ୍ତବ୍ୟ ଦେଇ ଏବଂ ଟ୍ବିଟ୍ କରି ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିଜେପି ନେତ୍ରୀ ମିନାକ୍ଷୀ ଲେଖିଙ୍କ ଆବେଦନର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ସୋମବାର ସୁଦ୍ଧା ରାହୁଲ ଗାନ୍ଧିଙ୍କୁ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି। ଏପ୍ରିଲ ୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି  ରହିଛି।

‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ ପାଇଁ ରାହୁଲଙ୍କୁ ମୋଦୀଙ୍କୁ ଟାର୍ଗେଟ ଅଭିଯୋଗର କାରଣ ଦର୍ଶାଅ ନୋଟିସ

ରାଫେଲ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁବେଳେ ଟାର୍ଗେଟ କରି ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ || ରାଫେଲ ମାମଲାରେ ରାହୁଲ ମୋଦିଙ୍କୁ ‘ଚୌକିଦାର ଚୋର ହେ’ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ | ତେବେ ରାହୁଲଙ୍କ ଏହି ବୟାନ ଉପରେ ସୁପ୍ରିମକୋର୍ଟ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି |ସୂଚନାଯୋଗ୍ୟ, ସମ୍ପୃକ୍ତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେବଳ ଗଣମାଧ୍ୟମରେ ପ୍ରକାଶ ପାଇଥିବା ମାମଲା ସମ୍ପର୍କିତ କେତେକ ଦସ୍ତାବିଜକୁ ବିଚାରକୁ ନେବେ ବୋଲି କହିଥିଲେ। କିନ୍ତୁ ରାହୁଲ ଏହି ଅନ୍ତରୀଣ ରାୟକୁ କଦର୍ଥ କରି ସୁପ୍ରିମକୋର୍ଟ ଚୌକିଦାର ଚୋର ହୈ ବୋଲି କହିଥିବା ପ୍ରକାଶ କରିଥିଲେ।

ପଢନ୍ତୁ: ମାସୁଦକୁ ବିଶ୍ଵ ଆତଙ୍କୀ ଘୋଷଣା ପ୍ରସଙ୍ଗ: ଚୀନକୁ ୨୩ ପର୍ଯ୍ୟନ୍ତ ସମୟ ଦେଲା ଜାତିସଂଘ

Related posts

ଦକ୍ଷିଣ ଚୀନ ସାଗରରେ ବାତ୍ୟା “ପାବୁକ”,ଓଡିଶାକୁ ବିପଦ ନାହିଁ

ENO Beuro

ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

ENO Beuro

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ “ଶ୍ରେଷ୍ଠ ପ୍ରଶାସକ” ସମ୍ମାନରେ ସମ୍ମାନିତ କରାଯିବ

ENO Beuro

1 comment

Leave a Comment