SPORTS

ଶ୍ରୀଶାନ୍ତ ଆଜୀବନ ବାସନ୍ଦ : ବିସିସିଆଇକୁ ଉଚ୍ଚତମ ନ୍ୟାୟାଳୟ ନୋଟିସ୍‌

ଆଇପିଏଲ୍‌ ସ୍ପଟ୍‌ ଫିକ୍ସି ମାମଲା

୫ ବର୍ଷ ତଳେ ଅର୍ଥାତ୍‌ ୨୦୧୩ରେ ହୋଇଥିବା ଆଇପିଏଲ୍‌ ସ୍ପଟ୍‌ ଫିକ୍ସି ମାମଲାରେ ଛନ୍ଦିହୋଇ ବିସିସିଆଇ ଦ୍ୱାରା ଅଜୀବନ ବାସନ୍ଦ ହୋଇଥିବା କେରଳୀ ଦ୍ରୁତ ବୋଲର ଏସ୍‌ ଶ୍ରୀଶାନ୍ତ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଚ୍ଚତମ ନ୍ୟାୟାଳୟରେ ଏକ ପିଟିସନ ଦାୟର କରି ବିସିସିଆଇ ବେଆଇନ ଭାବେ ତାଙ୍କୁ ଏଭଳି ଦଣ୍ଡ ଦେଇଥିବା ଶ୍ରୀଶାନ୍ତ ଦାବି କରିଛନ୍ତି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ତାଙ୍କ ପିଟିସନକୁ ଗ୍ରହଣ କରିବା ସହ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ବିସିସିଆଇକୁ ନିର୍ଦେଶ ଦେଇଛନ୍ତି।

ଗତବର୍ଷ ଅକ୍ଟୋବରରେ ସମସ୍ତ କ୍ରିକେଟ୍‌ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ କେରଳ ଉଚ୍ଚ ନ୍ୟାୟାଳୟ ଶ୍ରୀଶାନ୍ତଙ୍କୁ ନିର୍ଦେଶ ଦେଇଥିଲେ। ଏହା ବିରୋଧରେ ସେ ଉଚ୍ଚତମ ନ୍ୟାୟାଳୟକୁ ଯାଇ ବିସିସିଆଇକୁ ପକ୍ଷ କରିଛନ୍ତି। ୨୦୧୩ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଦଳ ପକ୍ଷରୁ ଖେଳୁଥିଲା ବେଳେ ଶ୍ରୀଶାନ୍ତଙ୍କ ବିରୋଧରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିଥିଲା। ଫଳରେ ବିସିସିଆଇ ତାଙ୍କୁ ଆଜୀବନ ବାସନ୍ଦ କରି ଦେଇଥିଲା।

ପୂର୍ବତନ ପେସ୍‌ ବୋଲରଙ୍କ ଅପିଲକୁ ଭିତ୍ତି କରି  କେରଳ ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ଖଣ୍ଡପୀଠ ତାଙ୍କ ଉପରୁ ବାସନ୍ଦାଦେଶ ଉଠାଇ ଦେଇଥିଲା। ହେଲେ ପରେ ଏକ ବିଭାଜିତ ଖଣ୍ଡପୀଠ ବିସିସିଆଇ ଜାରି କରିଥିବା ଆଜୀବନ ବାସନ୍ଦାଦେଶକୁ କାୟମ ରଖିବା ସହ ବିସିସିଆଇ ଅନ୍ୟାୟ କରି ନାହିଁ ବୋଲି ରାୟ ଦେଇଥିଲା । ଶ୍ରୀସନ୍ଥ୍‌ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ପଢନ୍ତୁ ;

ଆସନ୍ତୁ ଜାଣିବା ଆଲୋବେରାର ଉପକାରିତା ବିଷୟରେ

Related posts

ଏପ୍ରିଲ ୭ରୁ ଆରମ୍ଭ ଆଇପିଏଲ ମ୍ୟାଚ୍

ENO Beuro

ୟୁଗଭ୍‌ ସର୍ଭେ: ଧୋନି ସବୁଠୁ ଲୋକପ୍ରିୟ ଖେଳାଳି

ENO Beuro

ଆଇପିଏଲ୍‌ ୧୧: ରୟାଲ ଚ୍ୟାଲେଞ୍ଜର୍ସର ପ୍ରଥମ ବିଜୟ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More