24.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ

ନିର୍ଭୟା ମାମଲାରେ ଦୋଷୀ ପବନର ଆବେଦନ ଖାରଜ

ନିର୍ଭୟା ମାମଲାରେ ଫେବ୍ରୁଆରୀ ଏକ ତାରିଖରେ ୪ ଜଣ ଦୋଷୀଙ୍କୁ ଫାଶୀ ହେବା ଏକ ପ୍ରକାରର ନିଶ୍ଚିତ । ସୁପ୍ରିମକୋର୍ଟରେ ପବନ ନାବାଳକ ବୋଲି ଦାୟର କରାଯାଇଥିବା SLP ମାମଲା ଖାରଜ ହୋଇଯାଇଛି । ପିଟିସନ ଖାରଜ କରିବା ସହ ସୁପ୍ରିମକୋର୍ଟ କହିଛନ୍ତି ଯେ, ପୂର୍ବରୁ ହାଇକୋର୍ଟ ସଠିକ୍‍ ଆଧାରରେ ପବନର ପିଟିସନକୁ ଖାରଜ କରିଥିଲେ। ପିଟିସନ୍‍ ଖାରଜ ପରେ ଦୋଷୀଙ୍କ ଫାଶୀ ସମ୍ଭାବନ ବୃଦ୍ଧି ପାଇଛି। ପବନ ପକ୍ଷରୁ ଆଇନଜୀବୀ ଏପି ସିଂହ ନିଜର ପକ୍ଷ ରଖି କହିଥିଲେ ଯେ “ପବନର ସ୍କୁଲ ପ୍ରମାଣପତ୍ର ଅନୁଯାୟୀ ସେ ଘଟଣା ବେଳେ ନାବାଳକ ଥିଲା ବୋଲି ଉଲ୍ଲେଖ ରହିଛି। ହେଲେ ଆଜି ଯାଏ କୌଣସି କୋର୍ଟ ଏହାକୁ ପ୍ରମାଣ ଭାବେ ଗ୍ରହଣ କରିନାହାନ୍ତି।”

ଏହି ପିଟିସନରେ ଉଲ୍ଲେଖ କରାଯାଇଥିଲାକି, ଅପରାଧ ଦିନ ସେ ନାବାଳକ ଥିବାରୁ ତାର ଦଣ୍ଡ କୋହଳ କରାଯାଉ ବୋଲି ପୱନର ଓକିଲ  ଆବେଦନ କରିଥିଲେ । ଏହାର ପ୍ରମାଣ ସ୍ବରୂପ ତାର ସ୍କୁଲ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରାଯାଇଥିଲା । ତେବେ ଦଲିଲ ଓ ଆବେଦନରେ କୌଣସି ନୂଆ କଥା ନାହିଁ ବୋଲି ଦର୍ଶାଇ ସର୍ବୋଚ୍ଚ ଅଦାଲତ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ଦୁଷ୍କର୍ମକାରୀଙ୍କୁ ଫେବ୍ରୁଆରି ୧, ସକାଳ ୬ଟାରେ ଫାଶୀ ଲାଗି ଜାରି କରାଯାଇଥିବା ‘ମୃତ୍ୟୁ ପରଓ୍ଵାନା’ କାଏମ୍ ରହିବା ଏକ ପ୍ରକାର ନିଶ୍ଚିତ ହୋଇଛି।

ପଢନ୍ତୁ: ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁମନ୍ତ୍ର

Related posts

ପାକିସ୍ତାନରେ ଭୂମିକମ୍ପର ଝଟକା

Ratnamani Maharana

ଆଫଗାନିସ୍ତାନକୁ ତାଲିବାନୀସ୍ତାନ ହେବାକୁ ଦେବେ ନାହିଁ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌

Ratnamani Maharana

ଗିରଫ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More