EnewsOdia.Com

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ

ଡେଥ୍ ୱାରଣ୍ଟ ଜାରି ହେବା ପରେ ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିଲେ ଦୁଇ ଦୋଷୀ ମୁକେଶ ଓ ବିନୟ। ଏହି କ୍ୟୁରେଟିଭ ପିଟିସନ ଖାରଜ କରିଛଛି ସୁପ୍ରିମକୋର୍ଟ। ଏଣୁ ଜାନୁଆରୀ ୨୨ ତାରିଖରେ ଦୋଷୀଙ୍କୁ ଫାଶୀ ଦଣ୍ଡ ସୁନିଶ୍ଚିତ। ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାରି କରିଥିବା ଡେଥ୍‌ ୱାରେଣ୍ଟ ଅନୁଯାୟୀ, ସମସ୍ତ ୪ ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଖୁଣ୍ଟରେ ଝୁଲାଯିବ।

କୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଦୋଷୀ ବିନୟ ଦର୍ଶାଇଛି ଥିଲେ ଯେ,ସେ ଏବେ ଯୁବକ ଅଛନ୍ତି, ତାକୁ ସୁଧୁରିବା ଲାଗି ସୁଯୋଗ ମିଳିବା ଉଚିତ । ଏହାସହ ଘରର ଆର୍ଥିକ ଅବସ୍ଥା ଏବଂ ନିଜ ରୋଗିଣା ବାପାମାଆଙ୍କ ଅବସ୍ଥାକୁ ଦର୍ଶାଇଥିଲେ ପିଟିସନ୍‌ରେ । ୨୦୧୭ ପରେ ୧୭ଟି ମାମଲାରେ ଦୋଷୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାବାସରେ ବଦଳାଇ ଦିଆଯାଇଛି । ଏହାକୁ ଆଧାର କରି ଫାଶୀ ନଦେବାକୁ ଆବେଦନ କରାଯାଇଥିଲା । ତେବେ କ୍ୟୁରେଟିଭ୍ ପିଟିସନ୍ ଶୁଣାଣି କରି ସୁପ୍ରିମକୋର୍ଟ ଦୋଷୀଙ୍କୁ ଆଶ୍ବସ୍ତି ଦେଇନାହାନ୍ତି ।
ପଢନ୍ତୁ: କୋଚିରେ ବେଆଇନ କୋଠା ଭଙ୍ଗାହେବାପରେ ଏବେ ଭୁବନେଶ୍ୱର ଚିନ୍ତା

ସମ୍ବନ୍ଧିତ ଖବର

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

Ratnamani Maharana

ଜିଓ ଫ୍ରି କଲା ସମସ୍ତ ଓ୍ୱାଇଫାଇ କଲ୍‌ – ଜାଣନ୍ତୁ କେମିତି କରିବେ ଆକ୍ଟିଭ

Ratnamani Maharana

ଖୁସିରେ ଆଇସକ୍ରୀମ୍ ଖାଇଲେ ଡୋନାଲ୍‌ଡ ଟ୍ରମ୍ପ

Ratnamani Maharana

ଡାଇଗୋନିଷ୍ଟ ସେଣ୍ଟର ହେଲା ଦିଲ୍ଲୀ ବୁରାରି ଅଞ୍ଚଳର ହରର୍‌ ହାଉସ୍‌

Ratnamani Maharana

ଆଜି ହେଉଛି ସ୍ଥଳସେନାର ୭୨ ତମ ପ୍ରତିଷ୍ଠା ଦିବସ

Ratnamani Maharana

ଆମେରିକା- ଇରାନ୍ ତିକ୍ତତା ପାଇଁ ବଢିପାରେ ତୈଳ ଓ ସୁନା ଦର

Ratnamani Maharana