'ରମି' ଆପର ପ୍ରମୋସନ କରି ଅଡୁଆରେ କ୍ରିକେଟର ସଚିନ ତେନ୍ଦୁଲକର
ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି ।
Loading...
ସିନେମା ହଲ୍ ଭିତରକୁ ବିନା ଅନୁମତିରେ ନେଇ ହେବନି ଖାଦ୍ୟ ଓ ପାନୀୟ । ଏଥିପାଇଁ ଦର୍ଶକଙ୍କୁ ବାରଣ କରିପାରିବେ ହଲ୍ ମାଲିକ । ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କହିଛନ୍ତି, ସିନେମା ହଲ୍ ଏକ ଘରୋଇ ସଂପତ୍ତି ।
ସିନେମା ହଲ୍ ଭିତରକୁ ବିନା ଅନୁମତିରେ ନେଇ ହେବନି ଖାଦ୍ୟ ଓ ପାନୀୟ । ଏଥିପାଇଁ ଦର୍ଶକଙ୍କୁ ବାରଣ କରିପାରିବେ ହଲ୍ ମାଲିକ । ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କହିଛନ୍ତି, ସିନେମା ହଲ୍ ଏକ ଘରୋଇ ସଂପତ୍ତି । ତେଣୁ ତା ଭିତରକୁ ଖାଦ୍ୟ ଓ ପାନୀୟ ନେଇ ହେବ କି ନାହିଁ, ସେ ପ୍ରସଙ୍ଗରେ ହଲ୍ ମାଲିକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ । ସେମାନେ ଚାହିଁଲେ ଏସଂପର୍କିତ ସର୍ତ୍ତ ଲାଗୁ କରିପାରିବେ । ଏହା ସେମାନଙ୍କ ଅଧିକାର ଅନ୍ତର୍ଗତ । ସେମାନେ ହଲ୍ ଭିତରେ ଖାଦ୍ୟ ଓ ପାନୀୟ ବିକ୍ରି ସଂପର୍କିତ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରିପାରିବେ । ଦାହରଣ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ଓ୍ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଯଦି ଜଣେ ସିନେମା ହଲ୍ ଭିତରକୁ ଜିଲାପି ନେବାକୁ ଚାହିଁବ, ମାଲିକ ତାଙ୍କୁ ରୋକିବାର ଯଥାର୍ଥତା ରହିଛି । କାରଣ ସେ ଚେୟାରରେ ହାତ ପୋଛି ତାକୁ ଅଯଥାରେ ଅପରିଷ୍କାର କରିଦେବାର ଆଶଙ୍କା ରହିଛି । ସିନେମା ହଲ୍ରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ନମିଳିବା ଅଭିଯୋଗ ଉପରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ସିନେମା ହଲ୍ ଜିମ୍ ନୁହେଁ । ତାହା ମନୋରଞ୍ଜନ ସ୍ଥଳୀ ।
ତେବେ ସିନେମା ହଲ୍ ଭିତରକୁ ଶିଶୁଙ୍କ ପାଇଁ ଖାଦ୍ୟ ନେବାକୁ ଅଭିଭାବକଙ୍କୁ ରୋକାଯାଇପାରିବ ନାହିଁ । ଏଥିସହ ହଲ୍ ପରିସରରେ ଦର୍ଶକଙ୍କ ପାଇଁ ମାଗଣା ସ୍ୱଚ୍ଛ ପିଇବା ପାଣି ଉପଲବ୍ଧ ରହିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି । ୨୦୧୮ରେ ଜାମ୍ମୁ ଓ କାଶ୍ମୀର ହାଇକୋର୍ଟ ରାୟ ଦେଇଥିଲେ ଯେ, ମଲ୍ଟିପ୍ଲେକ୍ସ ଓ ମୁଭି ଥିଏଟର୍ ମାନେ ଦର୍ଶକଙ୍କୁ ହଲ୍ ଭିତରକୁ ଖାଦ୍ୟ ଓ ପାନୀୟ ନେବାରୁ ରୋକିପାରିବେ ନାହିଁ ।
ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଭାରତୀୟ ମଲ୍ଟିପ୍ଲେକ୍ସ ଆସୋସିଏସନ୍ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜଷ୍ଟିସ୍ ପି.ଏସ୍. ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣୀ କରି ସିନେମାହଲ୍ ମାଲିକଙ୍କ ସପକ୍ଷରେ ରାୟ ଦେଇଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି ।
ଆପଲ୍ର ନୂଆ ଆଇଫୋନ୍-୧୫ ପ୍ରୋ ସିରିଜ୍ରେ ତାତି ସମସ୍ୟା ଦେକାଦେଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଇନ୍ଷ୍ଟାଗ୍ରାମ୍, ଉବର୍ ଭଳି ଆପ୍ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି।
ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ବିସ୍ତୃତ ରିପୋର୍ଟ ଦାଖଲ କରିନଥିବାରୁ ଜାତୀୟ ମାନବାଧିକାର ଆୟୋଗ(ଏନ୍ଏଚ୍ଆର୍ସି) ଭୁବନେଶ୍ବର-କଟକ ପୁଲିସ କମିସନରଙ୍କୁ ସର୍ତ୍ତମୂଳକ ସମନ ଜାରି କରିଛନ୍ତି।