ଗୁରୁତ୍ୱପୂର୍ଣ୍ଣ ରାୟ: ଇଚ୍ଛା ମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ସର୍ତ୍ତ ସହିତ ଇଚ୍ଛା ମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ଇଚ୍ଛା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଆଜି ଇଚ୍ଛା ମୃତ୍ୟୁର ଆବେଦନ ଉପରେ ଶୁଣାଣୀ କରି କହିଛନ୍ତି ଯେ କେତେକ ନିର୍ଦ୍ଦେଶାବଳୀ ସହିତ ଏହାକୁ ଅନୁମତି ଦିଆଯାଇପାରିବ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ସହିତ ୫ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସମ୍ମାନର ସହ ମରିବାର ଅଧିକାର ରହିଛି । କମନ କଜ୍ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏ ନେଇ ୨୦୦୫ରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏଥିରେ କୁହାଯାଇଥିଲା, ଦୀର୍ଘଦିନ ଧରି ଅସୁସ୍ଥ ଥିବା ଲୋକଙ୍କୁ ଲିଭିଙ୍ଗ ୱିଲର ଅଧିକାର ରହିଛି । ଏହାଦ୍ୱାରା ସେ କହିପାରିବ ଯେ, ସୁସ୍ଥ ହେବାର ସମସ୍ତ ଆଶା ମଉଳିବା ସ୍ଥିତିରେ ତାକୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାନଯାଉ।

‘ଲିଭିଂ ୱିଲ୍’ ଏକ ଲିଖିତ ଦସ୍ତାବିଜ୍‌ ଯେଉଁଥିରେ ଜଣେ ରୋଗୀ ସ୍ୱଇଚ୍ଛାରେ ଉଲ୍ଲେଖ କରିଥାଏ ଯେ ସେ ମରଣାସନ୍ନ ସ୍ଥିତିରେ ପହଞ୍ଚିଲେ ବା ଆଉ ନିଜ ସ୍ୱୀକୃତି ଦେଇପାରୁନଥିବା ସ୍ଥିତିରେ ପହଞ୍ଚିଲେ ତାଙ୍କୁ କିପ୍ରକାର ଚିକିତ୍ସା ଦିଆଯିବ । ‘ପାସିଭ ୟୁଥେନେଶିଆ’ (ଇଚ୍ଛା ମୃତ୍ୟୁ) ଅନୁସାରେ କୌଣସି ବ୍ୟକ୍ତି ମୃତ୍ୟୁ ଆଡକୁ ଅଗ୍ରସର ହେଉଥିବାବେଳେ ତାଙ୍କ ଚିକିିତ୍ସା ବନ୍ଦ କରିଦିଆଯାଏ।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ. ଏମ୍‌. ଖାନ୍‌ୱିଲକର, ଡି. ୱାଇ. ଚନ୍ଦ୍ରଚୂଡ, ଅଶୋକ ଭୂଷଣ, ଏବଂ ଏକେ ସିକ୍ରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ବର୍ଷ ଅକ୍ଟୋବର ୧୧ରେ ଏହି ମାମମଲାର ବିଚାର କରି ନିଜ ରାୟକୁ ସୁରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ଏହି ରାୟକୁ ଐତିହାସିକ କୁହାଯାଉଛି । ଏହାପରେ କୌଣସି ମରଣାସନ୍ନ ବ୍ୟକ୍ତି ନିଜ ଇଚ୍ଛାରେ ମରିପାରିବେ ।

ତେବେ ଇଚ୍ଛା ମୃତ୍ୟୁ ପାଇଁ ସୁପ୍ରିମକୋର୍ଟ କଡ଼ା ସର୍ତ୍ତ ରଖିଛନ୍ତି । ମେଡିକାଲ ବୋର୍ଡର ରିପୋର୍ଟ ଓ ମୃତ୍ୟୁ ପାଇଁ ଇଚ୍ଛା କରୁଥିବା ଲୋକଙ୍କ ସଂପର୍କୀୟଙ୍କ ମତାମତକୁ ବିଚାରକୁ ନିଆଯିବାକୁ ସର୍ତ୍ତରେ ଉଲ୍ଲେଖ ରହିଛି । ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଇଚ୍ଛା ମୃତ୍ୟୁ ମାଗୁଥିବା ବ୍ୟକ୍ତିଙ୍କ ସଂପର୍କୀୟ ପ୍ରଥମେ ହାଇକୋର୍ଟରେ ଆବେଦନ କରିବେ । ଏହାପରେ ଏକ ମେଡିକାଲ ବୋର୍ଡ ଏହାର ଯାଞ୍ଚ କରି ରିପୋର୍ଟ ଦବେ । ଏହି ରିପୋର୍ଟ ଆଧାରରେ ପାସିଭ ୟୁଥେନେଶିଆ ପାଇଁ ଅନୁମତି ମିଳିବ।

ପଢନ୍ତୁ;

କରନ୍ତୁ ନାହିଁ ଏହି ଛୋଟ ଛୋଟ ଭୁଲ , ନଚେତ ପଡ଼ିପାରନ୍ତି ଅସୁବିଧାରେ!

ସୁପ୍ରିମକୋର୍ଟ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସମ୍ମାନର ସହ ମରିବାର ଅଧିକାର ରହିଛି । - 4.2

84%

ତେବେ ଇଚ୍ଛା ମୃତ୍ୟୁ ପାଇଁ ସୁପ୍ରିମକୋର୍ଟ କଡ଼ା ସର୍ତ୍ତ ରଖିଛନ୍ତି - 4.4

87%
4.3/5

Very Good!

ଗୁରୁତ୍ୱପୂର୍ଣ୍ଣ ରାୟ: ଇଚ୍ଛା ମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ଇଚ୍ଛା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଆଜି ଇଚ୍ଛା ମୃତ୍ୟୁର ଆବେଦନ ଉପରେ ଶୁଣାଣୀ କରି କହିଛନ୍ତି ଯେ କେତେକ ନିର୍ଦ୍ଦେଶାବଳୀ ସହିତ ଏହାକୁ ଅନୁମତି ଦିଆଯାଇପାରିବ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ସହିତ ୫ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

No Votes Yet

You're not rated yet