• Home
  • News
  • ଆଜି ଠାରୁ ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ବିବାଦୀୟ ଢ଼ାଞ୍ଚା ପ୍ରସଙ୍ଗରେ ନିୟମିତ ଶୁଣାଣି
News

ଆଜି ଠାରୁ ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ବିବାଦୀୟ ଢ଼ାଞ୍ଚା ପ୍ରସଙ୍ଗରେ ନିୟମିତ ଶୁଣାଣି

ଆଜି ସୁପ୍ରିମକୋର୍ଟରେ  ଅଯୋଧ୍ୟା ମାମଲାର ଶୁଣାଣି ହେବ।

୨ ଟାରେ ହୋଇପାରେ ମାମଲାର ଶୁଣାଣି । କୋର୍ଟ କହିଛନ୍ତି ୭ବର୍ଷ ଧରି ବିଳମ୍ବିତ ଥିବା ଅଯୋଧ୍ୟା ମାମଲାକୁ ଆଉ ଟାଳି ହେବ ନାହିଁ । ଡିସେମ୍ବର ୫ତାରିଖର ଶୁଣାଣିରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ, ପରବର୍ତ୍ତି ଶୁଣାଣି ଆଗରୁ ସମସ୍ତ ପକ୍ଷ ଦସ୍ତାବିଜର ଅନୁବାଦ ଆଦି ପ୍ରକ୍ରିୟା ଶେଷ କର । ଅଯୋଧ୍ୟା ମାମଲାରେ ସଂପୃକ୍ତ ଓକିଲଙ୍କ ସୂଚନା ଅନୁସାରେ ସବୁ ପ୍ରକ୍ରିୟା ଶେଷ ହୋଇଛି । ସମସ୍ତ ପକ୍ଷ କୋର୍ଟରେ ଦସ୍ତାବିଜ ଦାଖଲ କରିସାରିଛନ୍ତି ।

ପ୍ରତିଦିନ ଅଯୋଦ୍ଧା ମାମଲା ନେଇ ସର୍ବାଚ୍ଚ ନ୍ୟାୟାଳୟର ଏହି ଗୁରୁତ୍ୱପୂର୍ଣ୍ଣ ବେଞ୍ଚ ୩ ଘଣ୍ଟା ଶୁଣାଣିି କରିବେ। ୧୬୪ ବର୍ଷର ବିବାଦର ସମାଧାନ ବିଶେଷକରି ବିବାଦୀୟ ଜମିର ମାଲିକାନା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣିଆରମ୍ଭ କରିବେ।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରି ୮ ତାରିଖରୁ ଅଯୋଦ୍ଧା ବିବାଦର ପ୍ରତ୍ୟେହ ଶୁଣାରି ହେବ ବୋଲି ପୂର୍ବରୁ ସବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଥିଲା। ତେବେ ଏ ନେଇ ସୁପ୍ରିମ କୋର୍ଟରେ ପାର୍ସି, ସଂସ୍କୃତ,ପାଲି, ଆରବୀ ଭାଷାରେ ଲିଖିତ ଦସ୍ତାବିଜ୍‌ ଗୁଡ଼ିକର ଇଂରାଜୀ ଅନୁବାଦ ପାଇଁ ସୁନ୍ନୀ ଓ୍ଵକ୍‌ଫ ବୋର୍ଡ ସର୍ବୋଚ୍ଚ ନ୍ୟାୟାଳୟରେ ଅର୍ଜି ଦାଖଲ କରିଥିଲା। ଏହି କ୍ରମରେ ୯ ହଜାର ପୃଷ୍ଠାର ଦସ୍ତାବିଜର ଅନୁବାଦ ମଧ୍ୟ ସରିଛି। ତେଣୁ ପ୍ରତିଦିନ ଶୁଣାଣି କରି ୩୦ଟି କାର୍ଯ୍ୟ ଦିବସରେ ସମସ୍ତ ପକ୍ଷଙ୍କୁ ଶୁଣାଣି କରିବା ପାଇଁ  ସର୍ବୋଚ୍ଛନ୍ୟାୟଳୟ ଲକ୍ଷ୍ୟ କରିଛନ୍ତି।

ଅଯୋଧ୍ୟ ନେଇ ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ଉତ୍ତେଜନା ରହିଛି । ବିବାଦୀୟ ଜମିକୁ ନେଇ ଏହି ଉତ୍ତେଜନା ସୃଷ୍ଟି ହୋଇଛି । ଆହ୍ଲାବାଦ ହାଇକୋର୍ଟ ସେପ୍ଟେମ୍ବର ୩୦, ୨୦୧୦ରେ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିଲେ । ବିବାଦୀୟ ସ୍ଥାନରେ ବାବ୍ରୀ ମସଜିଦ ପୂର୍ବରୁ ହିନ୍ଦୁ ମନ୍ଦିର ଥିବା କୋର୍ଟ ମାନିଥିଲେ ଏବଂ ସେହି ସ୍ଥାନର ମାଲିକାନା ୩ଟି ପକ୍ଷ ମଧ୍ୟରେ ବାଟିଂବାକୁ ନିର୍ଦ୍ଦେଶ ଦେଇଥିଲେ । ୨ ଦଶମିକ ୭୭ ଏକର ଜମିକୁ ବାଂଟିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ୩ପକ୍ଷ । ସେବେଠାରୁ ଅଯୋଧ୍ୟା ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ରହିଛି ।

ଆଜି ଠାରୁ ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ବିବାଦୀୟ ଢ଼ାଞ୍ଚା ପ୍ରସଙ୍ଗରେ ନିୟମିତ ଶୁଣାଣି sc 2

ପଢନ୍ତୁ ;

ଭାରତର ହ୍ୟାଟ୍ରିକ ବିଜୟ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୪ ରନରେ ଭାରତ ବିଜୟୀ

Related posts

ଭିନ୍ନକ୍ଷମ ଲୋକଙ୍କୁ ଆଉ ଅନ୍ୟର ସାହାଯ୍ୟ ଦରକାର ହେବନି , ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

Krishna Kumar Manoj

ନିଜକୁ ଆଇଏଏସ ଅଫିସର କହି ବାହା ହେଉଥିଲେ !

ନିଟ୍‌ ପରୀକ୍ଷା : ନୂଆ ଡ୍ରେସ୍‌ କୋଡ଼୍‌ ଗାଇଡ୍‌ଲାଇନ୍‌ ଜାରିକଲା ସିବିଏସ୍‌ଇ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More