• Home
  • News
  • ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ
News

ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ

ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ । ସିନେମା ହଲରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଜାତୀୟ ସଙ୍ଗୀତ ବାଜିବ ଏବଂ ମାତୃଭୂମିକୁ ସମ୍ମାନ ସ୍ୱରୂପ ସମସ୍ତେ ଛିଡା ହେବା ବାଧ୍ୟତାମୂଳକ ବୋଲି ଗତବର୍ଷ (୨୦୧୬ ନଭେମ୍ବର ୩୦) ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏଣିକି ଫିଲ୍ମ ହଲରେ ଜାତୀୟ ସଙ୍ଗୀତ ଗାନ ବେଳେ ଆଉ ଛିଡା ହେବାକୁ ପଡିବନି । ଖୁବ୍ ଶୀଘ୍ର ଏ ସଂପର୍କିତ ନିୟମରେ ସୁଧାର ଆଣିପାରନ୍ତି ସୁପ୍ରିମକୋର୍ଟ ।

ଜାତୀୟ ସଂଗୀତ ପରିବେଷଣ ବେଳେ ଠିଆ ହେବାଟା ବାଧ୍ୟତାମୂଳକ କି ନୁହେଁ ତାହା ଏବେ ସରକାରଙ୍କ ନୀତି ନିର୍ଦ୍ଧାରଣ ଉପରେ ନିର୍ଭର କରୁଛି ବୋଲି ଚର୍ଚ୍ଚା ହେଉଛି । ସେହିପରି ଦେଶଭକ୍ତି କେବେ ଅଦାଲତଙ୍କ ଆଦେଶ ଦ୍ୱାରା ପର୍ଯ୍ୟବଷିତ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଜାତୀୟ ସଂଗୀତ ପରିବେଷଣ ବେଳେ କେହି ଛିଡ଼ା ହୋଇପଡ଼ିବା ଦେଶଭକ୍ତିର ପରିମାପକ ନୁହେଁ ବୋଲି ଟିପ୍ପଣୀ କରିଛନ୍ତି ।

ସମସ୍ତ ତଥ୍ୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ନ୍ୟାସନାଲ ଫ୍ଲାଗ କୋଡ ଆଇନ ଉପରେ କେନ୍ଦ୍ର ସରକାରଙ୍କୁ ପୁନର୍ବିଚାର କରିବାକୁ କୁହାଯାଇଛି ।

ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ  ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ

ପଢନ୍ତୁ, ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେୱେ ରେ ଭାରତୀୟ ବାୟୁସେନା ପକ୍ଷରୁ ଲଢ଼ୁଆ ବିମାନ ଅବତରଣ ଓ ଉଡ଼ାଣ ଆରମ୍ଭ

Related posts

ଓଡିଶା ଆସିଛନ୍ତି ନେପାଳର ରାଜା : ଶ୍ରୀକ୍ଷେତ୍ର ଯାଇ ୧୧ରେ କରିବେ ଶ୍ରୀଜିଉମାନଙ୍କୁ ପୂଜା

Krishna Kumar Manoj

ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟରେ ଟଙ୍କା ଟ୍ରାନ୍ସଫର

Krishna Kumar Manoj

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ୨ ଓଡ଼ିଆ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More