News

ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ

By ENO Beuro

October 24, 2017

ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ । ସିନେମା ହଲରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଜାତୀୟ ସଙ୍ଗୀତ ବାଜିବ ଏବଂ ମାତୃଭୂମିକୁ ସମ୍ମାନ ସ୍ୱରୂପ ସମସ୍ତେ ଛିଡା ହେବା ବାଧ୍ୟତାମୂଳକ ବୋଲି ଗତବର୍ଷ (୨୦୧୬ ନଭେମ୍ବର ୩୦) ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏଣିକି ଫିଲ୍ମ ହଲରେ ଜାତୀୟ ସଙ୍ଗୀତ ଗାନ ବେଳେ ଆଉ ଛିଡା ହେବାକୁ ପଡିବନି । ଖୁବ୍ ଶୀଘ୍ର ଏ ସଂପର୍କିତ ନିୟମରେ ସୁଧାର ଆଣିପାରନ୍ତି ସୁପ୍ରିମକୋର୍ଟ ।

ଜାତୀୟ ସଂଗୀତ ପରିବେଷଣ ବେଳେ ଠିଆ ହେବାଟା ବାଧ୍ୟତାମୂଳକ କି ନୁହେଁ ତାହା ଏବେ ସରକାରଙ୍କ ନୀତି ନିର୍ଦ୍ଧାରଣ ଉପରେ ନିର୍ଭର କରୁଛି ବୋଲି ଚର୍ଚ୍ଚା ହେଉଛି । ସେହିପରି ଦେଶଭକ୍ତି କେବେ ଅଦାଲତଙ୍କ ଆଦେଶ ଦ୍ୱାରା ପର୍ଯ୍ୟବଷିତ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଜାତୀୟ ସଂଗୀତ ପରିବେଷଣ ବେଳେ କେହି ଛିଡ଼ା ହୋଇପଡ଼ିବା ଦେଶଭକ୍ତିର ପରିମାପକ ନୁହେଁ ବୋଲି ଟିପ୍ପଣୀ କରିଛନ୍ତି ।

ସମସ୍ତ ତଥ୍ୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ନ୍ୟାସନାଲ ଫ୍ଲାଗ କୋଡ ଆଇନ ଉପରେ କେନ୍ଦ୍ର ସରକାରଙ୍କୁ ପୁନର୍ବିଚାର କରିବାକୁ କୁହାଯାଇଛି ।

ପଢନ୍ତୁ, ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେୱେ ରେ ଭାରତୀୟ ବାୟୁସେନା ପକ୍ଷରୁ ଲଢ଼ୁଆ ବିମାନ ଅବତରଣ ଓ ଉଡ଼ାଣ ଆରମ୍ଭ