News

ଦିଲ୍ଲୀରେ ଚାଲିବ କାହାର ହୁକୁମ? ଆଜି ସୁପ୍ରୀମକୋର୍ଟରୁ ଆସିଲା ରାୟ

ଦୀର୍ଘ ଦିନ ଧରି ଦିଲ୍ଲୀରେ କାହା ହୁକୁମ ଚାଲିବ ତାକୁ ନେଇ ଉପରାଜ୍ୟପାଳ ଓ ଦିଲ୍ଳୀ ସରକାରଙ୍କ ଭିତରେ ଚାଲିଥିବା ବିବାଦ ଉପରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି।ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟପାଳଙ୍କ ପାଖରେ ଜମି,ପୁଲିସ ଓ ଆଇନଶୃଂଖଳା ପରିଚାଳନା କରିବାର କ୍ଷମତା ରହିବ। ଦିଲ୍ଲୀ ସରକାରଙ୍କ ପାଖରେ ରହିବ କାର୍ଯ୍ୟପାଳିକା କ୍ଷମତା।

ସେହିପରି ବିଦ୍ୟୁତ୍ ବିଲ୍ ଦେୟ ଓ ଅନ୍ୟାନ୍ୟ ସେବା ପ୍ରସଙ୍ଗରେ ଦିଲ୍ଳୀ ସରକାରଙ୍କ ପାଖରେ ଅଧିକାର ରହିବ ବୋଲି କହିଛନ୍ତି ଦୁଇ ଜଣିଆ ଖଣ୍ଡପୀଠ।ତେବେ ସ୍ଥାନାନ୍ତର ଓ ନିଯୁକ୍ତିକୁ ନେଇ ଦୁଇ ବିଚାରପତିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଇନ୍ଦିରା ସୁପ୍ରିମକୋର୍ଟରେ ଏହି ମାମଲାକୁ ୨୪ରେ ଉଠାଇ କହିଥିଲେ ଯେ, ଦିଲ୍ଲୀ ସରକାରଙ୍କୁ ପ୍ରଶାସନିକ ଅସୁବିଧା ହେଉଛି, ତେଣୁ ମାମଲାର ଶୁଣାଣୀ ଶୀଘ୍ର ହେବା ଉଚିତ୍। ଏହାପରେ ମାମଲାକୁ ୭ରେ ପୁର୍ନବାର ସର୍ବୋଚ୍ଚ ନ୍ୟାୟାଳୟରେ ଉଠାଯାଇଥିଲା।ସୁପ୍ରିମକୋର୍ଟ କହିଥିଲେ ଯେ,ଗୋଟିଏ ସପ୍ତାହରେ ମାମଲା ଉପରେ ନିଷ୍ପତ୍ତି ହୋଇପାରେ।

ଜଷ୍ଟିସ୍ ଏ.କେ.ସିକ୍ରି ଶୁଣାଣିରେ କହିଛନ୍ତି,କୌଣସି ଅଫିସରଙ୍କ ନିଯୁକ୍ତି ଓ ଟ୍ରାନ୍ସଫରକୁ ନେଇ ଉପରାଜ୍ୟପାଳ,ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ପରାମର୍ଶ ନେଇ ନିଷ୍ପତ୍ତି ନେଇପାରିବେ।ଏହାକୁ ନେଇ ବିଭେଦ ଦେଖାଦେଇଛି।ଏପରିକି କୌଣସି ନିଷ୍କର୍ସ ବାହାରି ନ ପାରିବାରୁ ଏହି ପ୍ରସଙ୍ଗକୁ ତିନି ଜଣିଆ ଖଣ୍ଡପୀଠକୁ ପଠାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତିି କୋର୍ଟ।

ପଢନ୍ତୁ:ଆଜି ବଲାଙ୍ଗୀରରେ ଓବିସି ସମ୍ମିଳନୀ

Related posts

ସୁକମାରେ ଗୁଳି ବିନିମୟ, ୮ ମାଓବାଦୀ ନିହତ

ENO Beuro

ସଫେଇ କାର୍ଯ୍ୟ ବେଳେ ପାଇପ୍‌ ଭିତରେ ଫସିଲେ ଶ୍ରମିକ !

ENO Beuro

ଟିଏମସି ପ୍ରାର୍ଥିପତ୍ର ତାଲିକାରେ ୪୧ ପ୍ରତିଶତ ମହିଳା

ENO Beuro

Leave a Comment