EnewsOdia.Com

୫-ଟି ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ସୁର ରାଉତରାୟ

ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ କଟାକ୍ଷ କଲେ ସୁର । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଲା ବେଳେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସାଙ୍ଘାତିକ ଭାବେ ସମାଲୋଚନା କଲେ ବିଧାୟକ ସୁର ରାଉତରାୟ । ୫-ଟି ଏକ ପ୍ରହସନ କହି ଟି ନା ଚା’ ବୋଲି କହିଲେ ସୁର । ଲୋକଙ୍କ ସମସ୍ୟା ବୁଝିବାକୁ ୫-ଟି ଯେଉଁସବୁ ଜିଲ୍ଲା ବୁଲୁଛନ୍ତି ସେସବୁ ପ୍ରହସନ । ୫-ଟି ନେଇ ପୂର୍ବରୁ ଅନେକ ଥର ସରକାରଙ୍କୁ ଘେରିଥିବା ସୁର ଆସି ରାଜଧାନୀ ଛାତିରେ ଥିବା ହସ୍ପିଟାଲର ସମସ୍ୟା ନେଇ ୫-ଟି ଉପରେ ଖପ୍ପା ହୋଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ଲୋକେ ତଳେ ଗଡୁଛନ୍ତି । ତଳେ ଶୋଇଥିବା ରୋଗୀଙ୍କ ଦେହରେ ସାଲାଇନ ଲାଗିଛି, ବ୍ଲଡ ଦିଆଯାଉଛି । କୁଆଡେ ଗଲେ ୫-ଟି ସଚିବ । ରୋଗୀଙ୍କ କଥା ବୁଝ । ଏଇଠି ସସାଧାନ କରି ପାରୁନ ଅନ୍ୟ ଜିଲ୍ଲାରେ କି ସମାଧାନ ହେଉଥିବ ବୋଲି ସୁର ପ୍ରଶ୍ନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗୀ ଆସୁଥିଲେ ହେଁ ସରକାର ସେମାନଙ୍କୁ ସେବା ଦେଇପାରୁ ନାହାନ୍ତି ଏହା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇ ପାରେ ବୋଲି ସୁର ତେରେଛା ଶର ମାରିଛନ୍ତି ।

ପଢନ୍ତୁ: ନୂଆ ହିରୋକୁ ମେଡାଲ ଦେଲେ ଟ୍ରମ୍ପ୍‌

ସମ୍ବନ୍ଧିତ ଖବର

ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଣ୍ଡୁନାହିଁ ଅଙ୍କ !

Ratnamani Maharana

ପରବର୍ତ୍ତୀ ଦଲାଇ ଲାମା ଚୟନ ନେଇ ଚୀନର ଦାବି

Ratnamani Maharana

ଜାନୁଆରି ୧୮ରୁ ହାର୍ଦ୍ଦିକ ପଟେଲ ନିଖୋଜ

Ratnamani Maharana

ପାକିସ୍ତାନୀ ରାଜନେତା ଓ ସସ୍ମିତ୍ ପାତ୍ରଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ

Ratnamani Maharana

ନିଜ ଟ୍ୱିଟରେ ନିଜେ ଫସିଲେ ଅମିତ ଶାହା

Ratnamani Maharana

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

Ratnamani Maharana