ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

ତିନି ଅଭିଯୁକ୍ତ ଗିରଫ

ଗୁଜୁରାଟ ସୁରାଟରେ ଘଟିଥିବା ଜଣେ ୧୧ ବର୍ଷୀୟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଅହମ୍ମଦାବାଦ କ୍ରାମିମବ୍ରାଞ୍ଚ ଟିମକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ  ଗିରଫ କରାଯିବା ସହ ମୃତ ଦେହ ଫିଙ୍ଗିବାରେ ବ୍ୟବହୃତ କାରକୁ ଜବତ କରାଯାଇଛି । ଗୁଜରାଟ ପୋଲିସ ଓ ଅହମ୍ମଦାବାଦ କ୍ରାଇମବ୍ରାଂଚର ପ୍ରାୟ ୪ଶହ ପୋଲିସ କର୍ମଚାରୀଙ୍କୁ ଏହି ମାମଲାର ଅଧିକ ଛାନଭିନ ପାଇଁ ନିୟୋଜିତ କରାଯାଇଛି ।

ଘଟଣାସ୍ଥଳଠାରୁ ୩ କିଲୋମିଟର ପରିଧି ଭିତରେ ସିସିଟିଭି ଫୁଟେଜ ଓ ମୋବାଇଲ କଲ ଡାଟାକୁ ଯାଂଚ କରାଯାଉଛି । ଏପ୍ରିଲ ୬ ତାରିଖରେ ସୁରତର ପାଣ୍ଡେସରାରେ ଏକ ବୁଦା ଭିତରୁ ୯ରୁ ୧୩ବର୍ଷର ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଝିଅଟି ଦେହରେ ୮୬ଟି କ୍ଷତଚିହ୍ନ ରହିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଅତି ବିଭତ୍ସ ଭାବରେ ଧର୍ଷଣ କରାଯାଇଥିବା ସ୍ପଷ୍ଟ ହୋଇଥିଲା ।

ତେବେ ଝିଅଟି କେଉଁ ଅଂଚଳର ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ପଡୋଶୀ ରାଜ୍ୟମାନଙ୍କୁ ଝିଅ ବାବଦରେ ସୂଚନା ପ୍ରଦାନ କରିଥିଲା ଗୁଜରାଟ ପୋଲିସ । ଝିଅଟି ଓଡିଶାର ହୋଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଥିଲା । ହେଲେ ଝିଅଟିର ଫଟୋ ଦେଖି ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ଝିଅ ବୋଲି ଦାବି କରିଥିଲେ ।

ଯାହାକୁ ସ୍ପଷ୍ଟ କରିବା ଲାଗି ମୃତକଙ୍କ ଡିଏନଏ ଟେଷ୍ଟ କରାଯାଇଛି । ସେହିପରି ମୃତେଦହ ମିଳିବାର ତିନିଦିନ ପରେ ଅର୍ଥାତ ଏପ୍ରିଲ ୯ ତାରିଖରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଥିଲା । ସଂପୃକ୍ତ ମହିଳା ଝିଅଟିର ମାଆ ହୋଇଥିବା ନେଇ ମଧ୍ୟ ପୋଲିସ ସନ୍ଦେହ କରୁଛି । ଏବଂ ସେହି ଦିଗରେ ଛାନଭିନ ଜାରି ରଖିଛି।

ପଢନ୍ତୁ ;

ଅଧ୍ୟାଦେଶ ଆଣିପାରନ୍ତି ସରକାର : ନାବାଳିକା ବଳାତ୍କାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ  ଗିରଫ କରାଯିବା ସହ ମୃତ ଦେହ ଫିଙ୍ଗିବାରେ ବ୍ୟବହୃତ କାରକୁ ଜବତ କରାଯାଇଛି - 91%

91%

ଝିଅଟି ଦେହରେ ୮୬ଟି କ୍ଷତଚିହ୍ନ ରହିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଅତି ବିଭତ୍ସ ଭାବରେ ଧର୍ଷଣ କରାଯାଇଥିବା ସ୍ପଷ୍ଟ ହୋଇଥିଲା - 90%

90%
90.5%

Excellent!

ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

ଗୁଜୁରାଟ ସୁରାଟରେ ଘଟିଥିବା ଜଣେ ୧୧ ବର୍ଷୀୟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଅହମ୍ମଦାବାଦ କ୍ରାମିମବ୍ରାଞ୍ଚ ଟିମକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ  ଗିରଫ କରାଯିବା ସହ ମୃତ ଦେହ ଫିଙ୍ଗିବାରେ ବ୍ୟବହୃତ କାରକୁ ଜବତ କରାଯାଇଛି । ଗୁଜରାଟ ପୋଲିସ ଓ ଅହମ୍ମଦାବାଦ କ୍ରାଇମବ୍ରାଂଚର ପ୍ରାୟ ୪ଶହ ପୋଲିସ କର୍ମଚାରୀଙ୍କୁ ଏହି ମାମଲାର ଅଧିକ ଛାନଭିନ ପାଇଁ ନିୟୋଜିତ କରାଯାଇଛି ।

No Votes Yet

You're not rated yet