• Home
  • SPORTS
  • ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‌ରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ
SPORTS

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‌ରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ

ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ

ଘରୋଇ ଦକ୍ଷିଣ ଆଫ୍ରିକା ବିରୋଧରେ ହେବାକୁ ଥିବା ୩ ମ୍ୟାଚ୍‌ର ଟ୍ୱେଣ୍ଟି-୨୦ ସିରିଜ୍‌ ଲାଗି ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ୧୬ ଜଣିଆ ଦଳକୁ ବରିଷ୍ଠ ବ୍ୟାଟସମ୍ୟାନ୍‌ ସୁରେଶ ରାଇନା ଫେରିଥିବା ବେଳେ ଗତବର୍ଷ ଭାରତୀୟ ଟ୍ୱେଣ୍ଟି-୨୦ ଦଳର ସଦସ୍ୟ ଥିବା ମୁମ୍ବଇର ବ୍ୟାଟ୍‌ସମ୍ୟାନ୍‌ ଶ୍ରେୟାସ ଆୟର ବାଦ୍‌ ପଡ଼ିଛନ୍ତି । ପୁଣି ଦଳକୁ ବାମହାତି ଅଲ୍‌ରାଉଣ୍ଡର ଓ ଯୁବ ଫାଷ୍ଟବୋଲର ସାର୍ଦ୍ଦୁଳ ଠାକୁର ଫେରିଛନ୍ତି । ଗତମାସରେ ଶ୍ରୀଲଙ୍କା ବିପକ୍ଷ ଟ୍ୱେଣ୍ଟି୨୦ ସିରିଜ୍‌ ଖେଳିଥିବା ବାସିଲ ଥାମ୍ପି, ମହମ୍ମଦ ସିରାଜ୍‌, ଦୀପକ ହୁଡା ଓ ୱାଶିଂଟନ ସୁନ୍ଦରଙ୍କୁ ମଧ୍ୟ ଏହି ଦଳରେ ସ୍ଥାନ ମିଳିନାହିଁ । ବିବାହ କାରଣରୁ ଶ୍ରୀଲଙ୍କା ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଖେଳି ନ ଥିବା ବିରାଟ କୋହଲି ଫେରିବା ସହ ନେତୃତ୍ୱ ନେବେ । ପୁଣି ବିବାହ ଯୋଗୁଁ ଶ୍ରୀଲଙ୍କା ସିରିଜ୍‌ ଖେଳିନଥିବା ଭୁବନେଶ୍ୱର କୁମାର ଓ  ବ୍ୟକ୍ତିଗତ କାରଣରୁ ଓହରିଥିବା ଶିଖର ଧାଓ୍ଵନ ମଧ୍ୟ ଦଳରେ ସାମିଲ ହୋଇଛନ୍ତି।

ବର୍ଷକ ତଳେ ୩୧ ବର୍ଷ ବୟସ୍କ ସୁରେଶ ରାଇନା ରାଇନା  ଭାରତ ପାଇଁ ଖେଳିଥିଲେ । ତାହା ପୁଣି ଟ୍ୱେଣ୍ଟି-୨୦ । ବାଙ୍ଗାଲୋରରେ ଇଂଲଣ୍ଡ ବିରୋଧରେ ଟି-୨୦ ମ୍ୟାଚ୍‌ରେ ରାଇନା ୪୫ ବଲ୍‌ରୁ ୬୩ ରନ୍‌ କରିବାରୁ ଭାରତ ସିରିଜ୍‌ ଜିତି ପାରିଥିଲା । ଏହା ପରଠାରୁ ରାଇନାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନଥିଲା । ଚଳିତବର୍ଷ ରଣଜୀ ଟ୍ରଫିରେ ରାଇନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ୱେଣ୍ଟି୨୦ରେ ଉତ୍ତର ପ୍ରଦେଶର ନେତୃତ୍ୱ ନେଇ ରାଇନା ଗୋଟିଏ ଶତକ ସହ ୩୯.୨୫ ଆଭ୍‌ରେଜ୍‌ ଓ ୧୪୬ ଷ୍ଟ୍ରାଇକ୍‌ରେଟ୍‌ରେ ସର୍ବାଧିକ ୩୧୪ ରନ୍‌ କରିଥିଲେ । ଏହା ତାଙ୍କୁ ଭାରତୀୟ ଟି୨୦ ଦଳରେ ସ୍ଥାନଦେଇଛି ।

ଶ୍ରୀଲଙ୍କା ବିରୋଧରେ ଦିନିକିଆ କ୍ରିକେଟ ଜୀବନ ଆରମ୍ଭ କରିଥିବା ଶେୟାସ ଆୟର ୩ଟି ମ୍ୟାଚ୍‌ରୁ ୨ଟି ଅର୍ଦ୍ଧଶତକ ମାରିଥିଲେ । ଆହତ ଥିବାରୁ ଆୟର ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫିରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳି ପାରିଥିଲେ ଏବଂ ଏହି ମ୍ୟାଚ୍‌ରେ ସେ ୪୪ ବଲ୍‌ରୁ ୭୯ ରନ୍‌ କରିଥିଲେ । ଦକ୍ଷିଣ ଆଫ୍ରିକା-ଭାରତ ଟ୍ୱେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବୃୟାରୀ ୧୮ରେ ଜୋହାନସବର୍ଗରେ, ୨ୟ ମ୍ୟାଚ୍‌ ୨୧ରେ ସେଞ୍ଚୁରିଅନ୍‌ରେ ଓ ୩ୟ ମ୍ୟାଚ୍‌ ୨୪ରେ କେପ୍‌ଟାଉନ୍‌ରେ ଖେଳାଯିବ । ଏହାପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ୬ ମ୍ୟାଚ୍‌ର ଦିନିକିଆ ସିରିଜ୍‌ ଖେଳାଯିବ; ଯାହା ଫେବୃୟାରୀ ୧ରୁ ଆରମ୍ଭହେବ । ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ଘରୋଇ ଦକ୍ଷିଣ ଆଫ୍ରିକା ୨-୧ରେ ଜିତିନେଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‌ରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ suresh raina

ପଢନ୍ତୁ ;

କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ରାଜନୀତି,ସିବିଆଇ ତଦନ୍ତ ପାଇଁ ଦାବି କାଲେ ଧର୍ମେନ୍ଦ୍ର

Related posts

ଏସୀୟ କ୍ରୀଡ଼ା:ସ୍ୱର୍ଣ୍ଣ ପଦକ ଜିତିଲେ ବକ୍ସର ଅମିତ

Krishna Kumar Manoj

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ

Krishna Kumar Manoj

ସଫଳତାର ସ୍ଵାଦ, ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ହରାଇଲେ ଭାରତୀୟ କ୍ରିକେଟ୍‌ ଦଳ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More