News

କଫି ହିତାଧିକାରୀଙ୍କ ପାଇଁ ପ୍ରାଦ୍ୟୋଗିକୀ ପଦକ୍ଷେପର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

By Krishna Kumar Manoj

September 06, 2018

ବାଣିଜ୍ୟ ଓ ଉଦ୍ୟୋଗ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଆଜି ଏଠାରେ ଏକ କାର୍ଯ୍ୟକ୍ରମରେ କଫି ହିତାଧିକାରୀମାନଙ୍କ ପାଇଁ ଡିଜିଟାଲ ମୋବାଇଲ ବିସ୍ତାର ସେବା କଫି କନେକ୍ଟ-ଇଣ୍ଡିଆ କଫି ଫିଲ୍ଡ ଫୋର୍ସ ଆପ ଏବଂ “କଫି କୃଷିଥାରଙ୍ଗା”ର ଶୁଭାରମ୍ଭ କରିଛନ୍ତି।

ମୋବାଇଲ ଆପ କଫି କନେକ୍ଟକୁ ବଗିଚାରେ କାମ କରୁଥିବା ଶ୍ରମିକଙ୍କ କାମ ସହଜ କରିବା ଏବଂ ସେମାନଙ୍କର କାର୍ଯ୍ୟ କ୍ଷମତା ବଢ଼ାଇବା ପାଇଁ ବିକଶିତ କରାଯାଇଛି । କଫି କୃଷିଥାରଙ୍ଗା ସେବା ଆରମ୍ଭ କରିବା ଉଦ୍ଦେଶ୍ୟ ହେଉଛି ଉତ୍ପାଦନ, ଲାଭ, ବାତାବରଣ ଓ ନିରନ୍ତରତାକୁ ବୃଦ୍ଧି କରିବା ପାଇଁ ଉପଯୁକ୍ତ ସୂଚନା ତଥା ସେବା ପ୍ରଦାନ କରିବା । କଫି କୃଷିଥାରଙ୍ଗାର କର୍ଣ୍ଣାଟକ ରାଜ୍ୟର ଚିକମଗଲପୁର ଏବଂ ହାସଲ ଜିଲ୍ଲାର 30,000ରୁ ଅଧିକ କୃଷକମାନଙ୍କୁ ନେଇ ପ୍ରଥମ ବର୍ଷରେ ପ୍ରାଦ୍ୟୋଗିକୀ ପରୀକ୍ଷଣ ହୋଇଛି ଏବଂ କ୍ରମାଗତ ପ୍ରକ୍ରିୟାରେ ଏହାର ବିସ୍ତାର ବାକି କଫି ଉତ୍ପାଦକଙ୍କୁ ନେଇ ହେବ । ନାବାର୍ଡ ଏହି ପ୍ରାୟୋଗିକ ପରିଯୋଜନା ପାଇଁ ଆଂଶିକ ଆର୍ଥିକ ସହାୟତା ପ୍ରଦାନ କରିଛି।

ସୁରେଶ ପ୍ରଭୁ ଡାଟା ବିଶ୍ଳେଷଣ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଆଇଓଟିଏସ ଏବଂ ବ୍ଲକଚେନ ଉପରେ ମଧ୍ୟ ପ୍ରାୟୋଗିକ ପରିଯୋଜନା ଆରମ୍ଭ କରିଛନ୍ତି।

ଭାରତରେ କଫି ଚାଷ 3.66 ଲକ୍ଷ କଫି ଚାଷୀଙ୍କ ଦ୍ୱାରା 4.54 ଲକ୍ଷ ହେକ୍ଟର ଜମିରେ କରାଯାଇଥାଏ । ଏହି ଚାଷ ମୁଖ୍ୟତଃ କର୍ଣ୍ଣାଟକ (54 ପ୍ରତିଶତ), କେରଳ (19 ପ୍ରତିଶତ) ଏବଂ ତାମିଲନାଡୁରେ (8 ପ୍ରତିଶତ) ହୋଇଥାଏ । କଫି ଚାଷ ଆନ୍ଧ୍ର ପ୍ରଦେଶ, ଓଡିଶା ଏବଂ ପୁର୍ବୋତ୍ତର ରାଜ୍ୟମାନଙ୍କରେ ମଧ୍ୟ ହୋଇଥାଏ।

ଭାରତ ସରକାରଙ୍କ ଡିଜିଟାଲ ପଦକ୍ଷେପ ଅନୁରୂପ କଫି ବୋର୍ଡ କଫି କ୍ଷେତ୍ରରେ ପ୍ରାଦ୍ୟୋଗିକୀ ବିକାଶ ପାଇଁ ଅନେକ ମହତ୍ୱପୂର୍ଣ୍ଣ ଡିଜିଟାଲ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କଫି କ୍ଷେତ୍ର ସହିତ ଜଡିତ ସମସ୍ତ ହିତାଧିକାରୀଙ୍କୁ ଲାଭ ପହଂଚାଇବା।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ