SPORTS

ଭଲ ପ୍ରଦର୍ଶନ ପରେ ମଧ୍ୟ ଭାରତୀୟ ଦଳରୁ ବାହାର କରାଯାଇଥିଲା : ସୁରେଶ ରୈନା

ସୁରେଶ ରୈନାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ

ସୁରେଶ ରୈନା କହିଛନ୍ତି ଯେ ଭଲ ପ୍ରଦର୍ଶନ ପରେ ମଧ୍ୟ ଭାରତୀୟ ଦଳରୁ ତାଙ୍କୁ ବାହାର କରାଯାଇଥିଲା । ଦଳରୁ ବାହାର କରାଯାଇଥିବା କାରଣ ଜାଣି ମୁଁ ବହୁତ ମର୍ମାହତ ଥିଲି । ମାତ୍ର ଏବେ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ମିଳିଥିବା ସୁଯୋଗରୁ ଭରପୁର ଫାଇଦା ଉଠାଇବାକୁ ଚେଷ୍ଟା କରିବି। ସୁରେଶ ରୈନା  କହିଛନ୍ତି ଯେ  ମୁଁ ଦୁଃଖିତ ଥିଲି କାରଣ ଭଲ ପ୍ରଦର୍ଶନ ପରେ ମଧ୍ୟ ମୋତେ ଦଳରୁ ବାହାର କରାଯାଇଥିଲା  ମାତ୍ର ଏବେ ମୁଁ ଏ ଟେଷ୍ଟରେ ପାସ୍ କରିଛି ଏବଂ ଫିଟ୍ ମଧ୍ୟ ରହିଛି ।

ରୈନା କହିଛନ୍ତି ମୋ ଭିତରେ ଏବେ ମଧ୍ୟ ଅନେକ କ୍ରିକେଟ୍  ବାକି ରହିଛି ଏବଂ ମୋତେ ଦକ୍ଷିଣ ଆଫ୍ରିକାରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏତେ ମାସର କଡ଼ା ପ୍ରଶିକ୍ଷଣ  ମଧ୍ୟରେ ଭାରତ ପାଇଁ ଖେଳିବାର  ଇଚ୍ଛା ଆହୁରି ମଜଭୁତ ହୋଇଯାଇଥିଲା ।  ଟି-୨୦ ସ୍ପେଶାଲିଷ୍ଟ କୁହାଯାଉଥିବା ଏହି ବ୍ୟାଟସମ୍ୟାନ କହିଛନ୍ତି ଯେ କେବଳ ଏତିକି ନୁହେଁ ମୋତେ ଭାରତ ପାଇଁ ଯେତିକି ଲମ୍ବା ସମୟ ପର୍ୟ୍ୟନ୍ତ ଖେଳିବାର ଅଛି ।

ଆହୁରି ମଧ୍ୟ କହିଛନ୍ତି ମୋତେ ୨୦୧୯ ବିଶ୍ଵକପ ଖେଳିବାର ଅଛି, କାରଣ ମୁଁ ଜାଣିଛି ଇଂଲଣ୍ଡରେ ମୁଁ ଭଲ ପ୍ରଦର୍ଶନ କରିଥିଲି । ଏହି ୩୧ ବର୍ଷୀୟ କ୍ରିକେଟର ୨୨୩ଟି ଦିନିକିଆ ଏବଂ ୬୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।  ଚଳିତ ଆଇପିଏଲ ସିଜିନରେ ରୈନା ନିଜର ପୁରୁଣା ଦଳ ଚେନ୍ନାଇ ସୁପରକିଙ୍ଗ୍ସକୁ ଫେରିଛନ୍ତି ।

ପଢନ୍ତୁ ;

ପେଟ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ଜୁସ

Related posts

୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର!

ENO Beuro

ହକି ବିଶ୍ୱକପ୍‌ର ପ୍ରଚାର ପାଇଁ ଆଜି ‘କେବିସି’ରେ ନଜର ଆସିବେ ନବୀନ

ENO Beuro

ହାଇଦ୍ରାବାଦକୁ ୧୪ରନ୍ ରେ ହରାଇଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More