POLITICALS

ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୂର୍ଯ୍ୟ ପାତ୍ର

Ss

ବିଜୁ ଜନତା ଦଳର ପୁରୁଖା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର  ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ରୂପେ ନିର୍ବାଚିତ କରିବାଲାଗି ପ୍ରସ୍ତାବ ଦେଇଥିଲେ। ସଂସଦୀୟ ମନ୍ତ୍ରୀ ବିକ୍ରମ ଆରୁଖ ପ୍ରସ୍ତାବକୁ ସମର୍ଥନ କରିଥିଲେ। କଂଗ୍ରେସ ଏବଂ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନ ଥିଲା। ବିଧାନସଭାରେ ବିଜେଡିର ସଂଖ୍ୟାଗରିଷ୍ଠ ସଦସ୍ୟ ଥିବାରୁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦେଇ ନ ଥିଲେ। ଫଳରେ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।

ସୂର୍ଯ୍ୟ ପାତ୍ର ବିଧାନସଭାର 22ତମ ବାଚସ୍ପତି  ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ବାଚସ୍ପତି ନିର୍ବାଚନ ବେଳେ ବିଜେପି ସଦସ୍ୟମାନେ ଗୃହରେ ଅନୁପସ୍ଥିତ ଥିଲେ ।ବିଧାନସଭା ନେଇ ଅନେକ ଅଭିଜ୍ଞତା ରହିଛି ସୂର୍ଯ୍ୟପାତ୍ରଙ୍କର । ସେ 7ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମୋହନାରୁ 4 ଥର ଓ ଦିଗପହଣ୍ଡିରୁ 3 ଥର ନିର୍ବାଚନ ଲଢିଛନ୍ତି ସୂର୍ଯ୍ୟ । ଏହାସହ ସେ ବିଜୁ ଓ ନବୀନ ମନ୍ତ୍ରିମଣ୍ଡଳରେ ମଧ୍ୟ ଅନେକ ଥର ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି ।
ପଢନ୍ତୁ: ଜୁନ୍‌ ୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ

Related posts

କଂଗ୍ରେସର ନିର୍ବାଚନୀ ଇସ୍ତାହାର ରଖିଲେ ରାହୁଲ: ସବୁ ବର୍ଗଙ୍କୁ ଦେଲେ ଅଗ୍ରାଧିକାରର ପ୍ରତିଶ୍ରୁତି

Ratnamani Moharana

ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

Ratnamani Moharana

କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

ENO Beuro

Leave a Comment