News

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ

terrorist

ମହାପ୍ରସାଦ ଖାଇଲେ, ବେଳାଭୂମି ବୁଲିଲେ

ଜୀବନରେ ଭାବି ନଥିଲୁ ଭୂବନେଶ୍ଵର ସହର ଆସିବୁ। ଏସପି ସାହେବ ଡାକିଆଣି ଦେଖାଇ ଦେଇଛନ୍ତି। ଜାଣିନଥିଲୁ ଆମ ଦୁନିଆ ବାହାରେ ଏତେ ସୁନ୍ଦର ସହର ଅଛି। ପୁଣି ଏତେ ବଡ ବଡ ମନ୍ଦିର ଅଛି। ଏବଂ ମହାପ୍ରଭୁଙ୍କୁ ଦର୍ଶନ କରି ନିଜ ମନ କଥା ଜଣାଇଛନ୍ତି ଆତ୍ମସମର୍ପଣ କରିଥିବା ୩୦ ମାଓବାଦୀ

ସୂର୍ଯ୍ୟମନ୍ଦିର ବି ବୁଲି ଦେଖିଲେ,ବାହାର ଦୁନିଆ ଦେଖି ଖୁସି

ଭୁବନେଶ୍ୱର ଏମିତି ଏକ ବଡ଼ ସହର ଆଉ ଏତେ ସୁନ୍ଦର ମନ୍ଦିର ରହିଛି ତାହା ମୋ କଳ୍ପନା ବାହାରେ ଥିଲା। ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର ଏ ସବୁ ଦେଖିବା ପରେ ବହୁତ ଆନନ୍ଦ ଲାଗୁଛି। ବିଜୟା ମାଡ଼କାମୀ କହିଛନ୍ତି, ଜୀବନରେ କେବେ ବାହାର ଦୁନିଆକୁ ଯାଇପାରିବି ନାହିଁ। ପୁରୀ, ଭୁବନେଶ୍ୱର ଦେଖିପାରିବି ନାହିଁ ବୋଲି ଭାବିଥିଲି। ହେଲେ ଏସ୍‌ପି ସାର୍‌ଙ୍କ ଯୋଗୁ ସବୁ ଜାଗା ବୁଲିପାରିଛୁ। ମୁଖ୍ୟମନ୍ତ୍ରୀଙ୍କ ଆମ ପ୍ରତି ଭଲ ପାଇବା ରହିଛି ବୋଲି ଆମକୁ ଆଣି ହକି ମ୍ୟାଚ୍‌ ଦେଖାଇଛନ୍ତି।

terrorist

ଶ୍ରୀମନ୍ଦିରରୁ ଫେରିବା ପରେ ଯେଉଁମାନେ ମାଓ ସଂଗଠନରେ ସାମିଲ୍ ଅଛନ୍ତି, ସେମାନଙ୍କୁ ହିଂସାତ୍ମକ କାର୍ଯ୍ୟ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟସ୍ରୋତକୁ ଆସିବା ପରେ ଶ୍ରୀମନ୍ଦିର ଦର୍ଶନର ବ୍ୟବସ୍ଥା କରିଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ,ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କୋରାପୁଟ ଏବଂ ମାଲକାନଗିରିର ଏହି ୩୦ ଜଣଙ୍କ ମଧ୍ୟରେ ୧୬ ମହିଳା ଓ ୧୪ ଜଣ ପୁରୁଷ ରହିଥିଲେ। କୋଣାର୍କ ମନ୍ଦିର ଦର୍ଶନ କରିବା ପରେ ଏମାନେ ଶ୍ରୀମନ୍ଦିରକୁ ଆସିଥିଲେ।

ପଢନ୍ତୁ;  ୧୭ରେ ଆନ୍ଧ୍ର ଛୁଇଁବ ବାତ୍ୟା ‘ପିଥାଇ’ ୧୬ରୁ ବର୍ଷା, ଚିନ୍ତାରେ ଚାଷୀ

Related posts

ଢେଙ୍କାନାଳ:ଗ୍ୟାରେଜରେ ଅଗ୍ନିକାଣ୍ଡ,ଜଳିଗଲା ଦୁଇଟି ବସ

ENO Beuro

ନୂଆ ଲୁକରେ ଆସିବ ୨୦ ଟଙ୍କିଆ ନୋଟ୍

ENO Beuro

ପୁରୁଣା ଭୁବନେଶ୍ଵର ସ୍ଥିତ ବିଏମ୍‌ସି ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଧାରଣା

ENO Beuro

Leave a Comment