ସୂର୍ଯ୍ୟ ନମସ୍କାର:
ସବୁ ଯୋଗ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି “ସୂର୍ଯ୍ୟ ନମସ୍କାର” ଓ ଏହା ଜଣେ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ନିରୋଗ ରଖେ । ପୁରୁଷ, ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧା ସମସ୍ତଙ୍କ ପାଇଁ ଏହା ଉପଯୋଗୀ । ସକାଳୁ ସକାଳୁ ଏହି ଯୋଗ କରାଯାଏ ।
ଏହା ହେଉଛି ୧୨ଟି ସ୍ଥିତିରେ କରାଯାଉଥିବା ଯୋଗାସନ । ଏହାର ଆସନଗୁଡ଼ିକୁ ବେଶ୍ ସହଜରେ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା “ସୂର୍ଯ୍ୟ ନମସ୍କାର” ଶରୀରକୁ କିପରି ସୁସ୍ଥ ରଖେ ଓ ଏହାର ଉପକାରିତା।
ଉପକାରିତା:
ସୂର୍ଯ୍ୟ ନମସ୍କାରର ଅନେକ ଉପକାରିତା ରହିଛି ।
- ଏହା ଦ୍ଵାରା ମାନସିକ ଶକ୍ତି ବଢ଼େ, ମନ ସ୍ଥିର ରହେ, ଆଖିର ଦୃଷ୍ଟିଶକ୍ତି ବଢ଼ାଏ ।
- ଏହି ଯୋଗାସନ କରିବା ଦ୍ୱାରା ଭିଟାମିନ୍ ଡି ମିଳେ ଯାହା ଶରୀରର ହାଡ଼କୁ ମଜଭୁତ କରେ।
- ମସ୍ତିଷ୍କ ଥଣ୍ଡା ରହେ, କ୍ରୋଧ ନିୟନ୍ତ୍ରିତ ହୁଏ ।
- ରକ୍ତ ସଞ୍ଚାଳନକୁ ସଠିକ୍ ରଖେ । ବ୍ଲଡ୍ ପ୍ରେସର ନିୟନ୍ତ୍ରିତ ହୋଇ ରହେ।
- ଚୁଟି ଝଡ଼ିବା ଓ ପାଚିବାରୁ ମୁକ୍ତି ମିଳେ।
- ମୋଟା ଲୋକଙ୍କ ଓଜନ ହ୍ରାସ କରାଇବାରେ ସାହାଯ୍ୟ କରେ ।
ପଢନ୍ତୁ;ଡାଲଚିନି ର ଉପକାରିତା ବିଷୟରେ ।