Loading...

ମକର ସଂକ୍ରାନ୍ତିରେ ସୂର୍ଯ୍ୟ ନମସ୍କାର କରିବେ ୧ କ‌ୋଟିରୁ ଅଧିକ ଜନତା

ମକର ସଂକ୍ରାନ୍ତିରେ ସୂର୍ଯ୍ୟ ନମସ୍କାର କରିବେ ୧ କ‌ୋଟିରୁ ଅଧିକ ଜନତା

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ବୈଶ୍ବିକ ‘ସୂର୍ଯ୍ୟ ନମସ୍କାର ଡେମନ୍‌ଷ୍ଟ୍ରେସନ୍‌’ କର୍ଯ୍ୟକ୍ରମ ନିମନ୍ତେ ଆୟୁଷ ମନ୍ତ୍ରାଳୟ ପ୍ରସ୍ତୁତ ରହିଛି

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ବୈଶ୍ବିକ ‘ସୂର୍ଯ୍ୟ ନମସ୍କାର ଡେମନ୍‌ଷ୍ଟ୍ରେସନ୍‌’ କର୍ଯ୍ୟକ୍ରମ ନିମନ୍ତେ ଆୟୁଷ ମନ୍ତ୍ରାଳୟ ପ୍ରସ୍ତୁତ ରହିଛି ଏବଂ ଏଥିରେ ନିର୍ଦ୍ଧାରିତ ୭୫ ଲକ୍ଷ ପରିବର୍ତ୍ତେ ୧ କୋଟିରୁ ଅଧିକ ଜନତା ଅଂଶ ଗ୍ରହଣ କରିବେ ବୋଲି ମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌ କହିଛନ୍ତି।ରୁବାର ଦିନ ଭର୍ଚୁଆଲ୍‌ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କୋଭିଡ୍‌-୧୯ର ପୁନଃ ଦ୍ରୁତ ସଂକ୍ରମଣ ବୃଦ୍ଧି ବେଳେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଅଧିକ ପ୍ରାସଙ୍ଗିକତା ବହନ କରେ। ସୂର୍ଯ୍ୟ ନମସ୍କାର ଶୌର୍ଯ୍ୟ ଏବଂ ରୋଗ ପ୍ରତିରୋଧକାରୀ ଗୁଣ ବୃଦ୍ଧି କରୁଥିବା ପ୍ରମାଣସିଦ୍ଧ। ତେଣୁ, ଏହା କରୋନଭାଇରସ୍‌କୁ ପାଖ ମଡ଼ାଇ ଦେବନାହିଁ। ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଜନତା ଅଂଶ ଗ୍ରହଣ କରିବେ ବୋଲି ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ। କିନ୍ତୁ, ପଞ୍ଜିକରଣ ଏବଂ ଆମ ପ୍ରସ୍ତୁତି ଦେଖି ମୁଁ ଆଶା କରୁଛି ଅଂଶ ଗ୍ରହଣକାରୀଙ୍କ ସଂଖ୍ୟା ୧ କୋଟି ଟପିଯିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.