POLITICALS

ସୂର୍ଯ୍ୟ ପାତ୍ର ବାଚସ୍ପତି ଓ ପ୍ରମିଳା ମଲ୍ଲିକ ପାଇଲେ ମୁଖ୍ୟ ସଚେତକ ପଦ

Pt

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ୫ମ ଥର ପାଇଁ ଶପଥ ନେଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛି ବହୁ ନୂଆ ଓ ପୁରୁଣା ମୁହଁ । ତେବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାୟଣ ପାତ୍ର  ବିଧାନସଭାରେ ବାଚସ୍ପତି ଓ  ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ  ଶାସକ ଦଳର ମୁଖ୍ୟ ସଚେତକ ପଦ ପାଇଁ ନେଇଛନ୍ତି ଶପଥ।

ଗଂଜାମ ଜିଲ୍ଲାର ଦିଗପହଣ୍ଡିରୁ ୭ ଥର ବିଧାୟକ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି  ପଦରେ ବସିଛନ୍ତି। ଅଭିଜ୍ଞତା ଓ ବରିଷ୍ଠତାକୁ ଦୃଷ୍ଟିରେ ରଖି ସୂର୍ଯ୍ୟଙ୍କୁ ବାଚସ୍ପତି ପଦରେ ବସାଇବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି। ଏହାପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିରେ ସୂର୍ଯ୍ୟ ସମବାୟ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସୂର୍ଯ୍ୟ ପାତ୍ର ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କୁ ମାତ ଦେଇ ସପ୍ତମ ଥର ପାଇଁ ବିଧାନସଭାରେ ପ୍ରବେଶ କରିଛନ୍ତି।
ପଢନ୍ତୁ: ଆଜି ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଇଭଉଣୀ

Related posts

ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି !

Ratnamani Moharana

କଂଗ୍ରେସ ଦଳର ହାତ ଚିହ୍ନ ପ୍ରତି ବିପଦ ! ନିର୍ବାଚନ କମିସନଙ୍କୁ ଆବେଦନ କଲେ ବିଜେପି ନେତା

ENO Beuro

ଓଡିଶାରେ ବିକାଶ ଚାହୁଁଥିଲେ ପଦ୍ମ ଫୁଟାଅ ବୋଲି କହିଲେ ମୋଦି

Ratnamani Moharana

Leave a Comment