• Home
  • Entertainment
  • ଇସ୍ରାଏଲରେ ରିଲିଜ୍‌ ହେବ ସୁଶାନ୍ତଙ୍କ ଏହି ସିନେମା
Entertainment

ଇସ୍ରାଏଲରେ ରିଲିଜ୍‌ ହେବ ସୁଶାନ୍ତଙ୍କ ଏହି ସିନେମା

ବଲିଉଡର ଲୋକପ୍ରିୟ ଲେଖକ -ନିର୍ଦ୍ଦେଶକ ତରୁଣ ମନସୁଖାନୀଙ୍କ ଆଗାମୀ ଫିଲ୍ମ ‘ଡ୍ରାଇଭ୍‌’ ଏବେ ବହୁତ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମରେ ପ୍ରଥମ ଥର ଲାଗି ଯୋଡ଼ି ହୋଇ ଆସିବେ ସୁଶାନ୍ତ ସିଂହ ରାଜପୁତ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ।ସୁଶାନ୍ତ ‘କାଇ ପୋଚେ’ ଠୁଁ ଆରମ୍ଭ କରି ‘କେଦାରନାଥ’ ଯାଏଁ ବେଶ୍‌ କେତୋଟି ସିନେମାରେ ଲିଡ ରୋଲ୍‌ କରିଛନ୍ତି । ସେ ପରିଣୀତ ଚୋପ୍ରାଙ୍କଠୁଁ ସାରା ଅଲ୍ଲୀ ଖାନ୍‌ଙ୍କ ଯାଏଁ ବେଶ୍‌ କେତେକ ବଲିଉଡ ନାୟିକାଙ୍କ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିଛନ୍ତି ମଧ୍ୟ । ହେଲେ ‘ଡ୍ରାଇଭ୍‌’ ପୂର୍ବରୁ ସୁଶାନ୍ତ ଜାକଲିନ୍‌ଙ୍କ ସହ ପରଦାରେ ରୋମାନ୍ସ କରିବାର ସୁଯୋଗ ପାଇ ନ ଥିଲେ ।

ଏବେ ‘ଡ୍ରାଇଭ୍‌’ ସିନେମା ସଂପର୍କରେ ଆଉ ଏକ ତଥ୍ୟ ଚର୍ଚ୍ଚାକୁ ଆସିଛି ,

ତାହା ହେଲାଯେ ଏହାକୁ ଇସ୍ରାଏଲ୍‌ରେ ରିଲିଜ୍‌ କରାଯିବ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଅପୂର୍ବ ମେହେତା ସଂପର୍କରେ ସୂଚନା କହିଛନ୍ତି ଯେ ଇସ୍ରାଏଲ୍‌ ଏକ ଛୋଟ ଦେଶ, ଯେଉଁଠି ସାଧାରଣତଃ ଫିଲ୍ମ ଟେଲିଭିଜନରେ ରିଲିଜ୍‌ ହୋଇଥାଏ । କିନ୍ତୁ ପ୍ରଯୋଜନା ସଂସ୍ଥା ‘ଡ୍ରାଇଭ୍‌’କୁ ସିନେମା ହଲ୍‌ରେ ରିଲିଜ୍‌ କରିବାର ପ୍ରଚେଷ୍ଟା ଚଳାଇଛି।

‘ ଡ୍ରାଇଭ୍‌’ ରେ ସୁଶାନ୍ତ ସିଂହ ରାଜପୁତ ବିକ୍ରମଜିତ୍‌ ବିର୍କି ଓ ଜାକଲିନ ସପନା ପାବି ମୁଖ୍ୟ ଭୂମିକାରେ ନଜର ଆସିବେ । କୁହାଯାଇଛି ଯେ ନିର୍ମାତା କରଣ ଜୋହର ‘ଡ୍ରାଇଭ’ ସିରିଜ୍‌ର ଅନ୍ୟୁନ ତିନିଟି ଫିଲ୍ମ ନିର୍ମାଣ କରିବାର ଯୋଜନା ରଖିଛନ୍ତି । ‘ ଡ୍ରାଇଭ’ ସିରିଜ୍‌ର ଏହି ପ୍ରଥମ ଫିଲ୍ମ ରୋମାନ୍ସ ଓ ଆକ୍ସନରେ ଭରପୂର ବୋଲି କୁହାଯାଉଛି ।

ଇସ୍ରାଏଲରେ ରିଲିଜ୍‌ ହେବ ସୁଶାନ୍ତଙ୍କ ଏହି ସିନେମା drive movie

ପଢନ୍ତୁ ;

ଅଙ୍ଗୁର ରସ ନିୟମିତ ସେବନ କରିବାରେ କେତେକ ସମସ୍ୟାରୁ ମିଳିଥାଏ ମୁକ୍ତି ! ଜାଣନ୍ତୁ ସେ ସମ୍ପର୍କରେ

Related posts

୧୮ ବର୍ଷ ପରେ ଫିଲ୍ମରେ ଏକାଠି ଆସୁଛନ୍ତି ଏହି ସୁପର ହିଟ ଯୋଡି

Krishna Kumar Manoj

ମା’ଙ୍କ ମୃତ୍ୟୁ ବାର୍ଷିକୀରେ ସୋସିଆଲମିଡିଆରେ ଜଣାଇଲେ ନିଜ ହୃଦୟର କଥା : ଅର୍ଜୁନ କପୁର

Krishna Kumar Manoj

ବିଶ୍ଵର ଦାମୀ ସେଲିବ୍ରେଟି:ଶ୍ରେଷ୍ଠ ଶହେରେ ସଲମାନ ଓ ଅକ୍ଷୟ ,ବାଦ ପଡିଲେ ଶାହରୁଖ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More