News

ଶେଷଥର ପାଇଁ ସାଲଭେଙ୍କ ସହ ଶେଷ କଥା ହୋଇଥିଲେ ସୁଷମା

Harish Salve 1 650x430

ମୃତ୍ୟୁର ଘଣ୍ଟାଏ ପୂର୍ବରୁ ସାଲ୍‌ଭେଙ୍କୁ ଫୋନ୍‌ କରି ତାଙ୍କର ୧ ଟଙ୍କା ନେଇ ଯିବାକୁ କହିଥିଲେ ସୁଷମା

ମଙ୍ଗଳବାର ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ପରେ ସୁଷମାଙ୍କୁ ସାରାଦେଶ ଝୁରୁଛି। ତେବେ ମୃତ୍ୟୁ ପୂର୍ବରୁ ସୁଷମାଙ୍କ କିଛି କଥାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।  ସୁଷମା ଶେଷ ସମୟର ଏକ ଘଂଟା ପୂର୍ବରୁ ହରିଶ ସାଲଭେଙ୍କୁ ଫୋନ କରି ଡ଼ାକିଥିଲେ । ହରିଶ ସାଲଭେ ହେଉଛନ୍ତି ଭାରତର ଜଣେ ବରିଷ୍ଠ ଓକିଲ । ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ କୁଳଭୁଷଣ ଯାଦବଙ୍କ ମାମଲା ଲଢ଼ୁଛନ୍ତି ସାଲଭେ । ଦେହାନ୍ତ ହେବାର ଏକ ଘଂଟା ପୂର୍ବରୁ ହରିଶ ସାଲଭେଙ୍କୁ ଫୋନ କରିଥିଲେ ସୁଷମା ।ଫି’ ବାବଦକୁ ସେହି ୧ ଟଙ୍କା ଦେବା ପାଇଁ ସୁଷମା ଗତକାଲି ତାଙ୍କୁ ଫୋନ୍ କରି ବୁଧବାର (ଅର୍ଥାତ୍ ଆଜି) ତାଙ୍କ ଘରକୁ ଆସିବାକୁ କହିଥିଲେ।

ଏନେଇ ଶ୍ରୀ ସାଲ୍‌ଭେ କହିଛନ୍ତି,“ମୃତ୍ୟୁର ପ୍ରାୟ ଏକ ଘଣ୍ଟା ପୂର୍ବରୁ ମୁଁ ସୁଷମା ସ୍ୱରାଜଙ୍କ ସହିତ କଥା ହୋଇଥିଲି। ରାତି ପ୍ରାୟ ୮ଟା ୫୦ରେ ସେ ମୋତେ ଫୋନ୍ କରିଥିଲେ। ସେ ବହୁତ ଭାବନାତ୍ମକ ଢଙ୍ଗରେ ମୋ ସହିତ କଥା ହୋଇଥିଲେ। ସେ ମୋତେ ତାଙ୍କୁ ସାକ୍ଷାତ କରିବାକୁ ଡାକିଥିଲେ। ସେ କହିଥିଲେ, ଯେଉଁ କେସ୍ ତୁମେ ଜିତିଛ, ସେଥିପାଇଁ ମୁଁ ତୁମକୁ ଏକ ଟଙ୍କା ଦେବାକୁ ଚାହୁଁଛି। ମୁଁ ମଧ୍ୟ ଫି’ ନେବା ପାଇଁ ତାଙ୍କ ଘରକୁ ଯିବି ବୋଲି କହିଥିଲି। ସେ ମୋତେ ବୁଧବାର ୬ଟା ବେଳେ ଆସିବାକୁ କହିଥିଲେ।”ସାଲ୍‌ଭେ ଏହି ବିଷୟ ପ୍ରକାଶ କରିବା ପରେ ଦେଶବାସୀ ଭାବବିହ୍ବଳ ହୋଇପଡ଼ିଛନ୍ତି।

ପଢନ୍ତୁ: ଲଗାଣ ବର୍ଷାରେ ବେହାଲ ଓଡିଶା

Related posts

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ !

ENO Beuro

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ:ଅଗଷ୍ଟ ୧୫ରୁ କାର୍ଡ ବଣ୍ଟା

ENO Beuro

ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ତଥା ଡା. ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ

Ratnamani Moharana

Leave a Comment