News

ଭାରତର ଶ୍ରେଷ୍ଠ ଆଦରଣୀୟ ରାଜନେତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ

Sushma Swaraj No More Thumbnail 750x430

 ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ସେ ଆଖି ବୁଜିଛନ୍ତି । ସୁଷମାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ପୂରା ଦେଶ ଏବେ ନିସ୍ତବ୍ଧ ହୋଇଯାଇଛି । ପ୍ରଚଣ୍ଡ ବାଗ୍ମୀ, ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସୁଷମା । ଶ୍ରେଷ୍ଠ ବକ୍ତା, ଉତ୍କୃଷ୍ଟ ନେତୃତ୍ୱ ତଥା ମାନବିକତାର ପୂଜାରିଣୀ ସୁଷମା କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି ।

Swaraj Knfe 621x414@livemint

ପୂର୍ବତନ ବୈଦେଶିକ ମନ୍ତ୍ରୀଭାବେ ସେ ତାଙ୍କର କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିଛନ୍ତି । ସୁଷମାଙ୍କ ନିଧନ ଖବର ଆସିବା ପରେ ପରେ ଏମ୍ସରେ ପହଁଚିଥିଲେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ । ସେହିପରି ସୁଷମାଙ୍କ ପାର୍ଥିବ ଶରୀର ଦିଲ୍ଲୀ ଏମ୍ସରୁ ତାଙ୍କର ଦିଲ୍ଲୀ ବାସଭବନକୁ ନିଆଯାଇଛି ଗତକାଲି ରାତିରୁ, ସେହି ସମୟରୁ ସୁଷମାଙ୍କ ବାସଭବନକୁ ଛୁଟୁଛି ଶୁଭେଛୁଙ୍କ ସୁଅ ।

ସୂଚନାଯୋଗ୍ୟ,  ହୃଦଘାତ ଯୋଗୁ ସୁଷମା ସ୍ବରାଜଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ବହୁଦିନ ଧରି ଅସୁସ୍ଥ ଥିଲେ । ତାଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ଅସୁସ୍ଥତା କାରଣରୁ ୨୦୧୯ ନିର୍ବାଚନ ରୁ ସେ ନିଜକୁ ଦୂରେଇ ରଖିଥିଲେ ।ଆମେରିକାର ପ୍ରସିଦ୍ଧ ସମ୍ବାଦପତ୍ର ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଦ୍ବାରା ସେ ଭାରତର ସବୁଠୁ ପ୍ରିୟ ରାଜନେତାର ଆଖ୍ୟା ପାଇଥିଲେ ।

ପଢନ୍ତୁ: “ଗଞ୍ଜେଇ ନିଶାରେ ରାଧା ବେଶ ଧରୁଛନ୍ତି” ଲାଲୁଙ୍କ ପୁଅ ତେଜପ୍ରତାପ

Related posts

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ENO Beuro

ଭାରତୀୟ ବାୟୁସେନା ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ,୨ ପାଇଲଟ ମୃତ

ENO Beuro

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ:ପାସ୍ ହାର ୪୧.୧୫%

ENO Beuro

1 comment

Leave a Comment