News

୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ସୁଷମା ସ୍ୱରାଜ

sushama

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅାଜି ଏକ ବଡ଼ ଘୋଷଣା କରିଛନ୍ତି।ଆସନ୍ତା ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି କହିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ସମ୍ମାନ ଦେବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ନିର୍ବାଚନରେ ଭାଗ ନେବେ ନାହିଁ ବୋଲି କହିଛନ୍ତି।

sushama

ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ଆଗାମୀ ଲୋକସଭା ନିର୍ବାଚନ ନଲଢିବା ପାଇଁ ନିଷ୍ପତି ନେଇଛନ୍ତି । ଏବେ ତାଙ୍କୁ ବହୁ ଥର ହସ୍ପିଟାଲ ଯିବା ପାଇଁ ପଡୁଛି । ସୁଷମା ବିଦିଶାର ସାଂସଦ । ନିଜ ଭାଷଣ ଶୈଳୀ କାରଣରୁ ସୁଷମା ବିଜେପିର ଏକ ଲୋକପ୍ରିୟ ଚେହେରା ଭାବେ ବେଶ୍ ପ୍ରସିଦ୍ଧ । ସେ ନିଜ ଦଳକୁ ନେଇ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି । ଟ୍ୱିଟରେ ଲୋକମାନଙ୍କ ସମସ୍ୟା ଶୁଣି ସେମାନଙ୍କୁ ତତ୍କାଳ ସହାୟତା ଦେବା ପାଇଁ ସୁଷମା ସର୍ବଦା ତତ୍ପର ଥାନ୍ତି।

ଅନ୍ୟପକ୍ଷରେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ଶ୍ରୀମତୀ ସ୍ୱରାଜଙ୍କୁ ଏଥର ଲୋକସଭା ନୁହେଁ ବରଂ ରାଜ୍ୟସଭାକୁ ଆଣିବାକୁ ଯୋଜନା କରୁଛି।

ପଢନ୍ତୁ;ବିଶ୍ୱକପ୍‌ ହକି ପାଇଁ ଅନ୍‌ଲାଇନ ଟିକେଟ୍‌ ବିକ୍ରି ଆରମ୍ଭ

Related posts

କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା! ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା

ENO Beuro

ଝାରସୁଗୁଡ଼ାରେ ବୋଇଂ-୭୩୭ ବିମାନର ଅବତରଣ

ENO Beuro

ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସଙ୍କ ହୃଦଘାତରେ ପରଲୋକ

ENO Beuro

Leave a Comment