News

ସୁସମାଙ୍କ ବିମାନ ୧୪ ମିନିଟ୍ ଗାଏବ !

ମରିସସ ଯିବା ବାଟରେ ରାଡର ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା

ହଠାତ୍‌ ନିଖୋଜ ହୋଇଗଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିମାନ । ଭିଭିଆଇପି ବିମାନ ମେଘଦୂତରୁ ସଂପର୍କ ଛିନ୍ନ ହୋଇ ଯିବାରୁ ଶନିବାର ବିମାନ ଅଧିକାରୀ ଓ କର୍ମଚାରୀଙ୍କ ହୃଦକମ୍ପନ ବଢି ଯାଇଥିଲା । ବୈଦେଶିକ ମନ୍ତ୍ରୀ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ବାହାରିଛନ୍ତି । ଯାତ୍ରା ସମୟରେ ବିମାନରୁ ପ୍ରାୟ ୧୪ ମିନିଟ୍ ପର୍ୟ୍ୟନ୍ତ ସଂପର୍କ ତୁଟି ଯାଇଥିଲା ।

ସୂଚନା ଅନୁସାରେ, ଫ୍ଲାଇଟ୍‌ IFC 31 ମରିସସ୍‌ ଏୟାରସ୍ପେସ୍‌ରେ ପ୍ରବେଶ କରିବା ପରେ ମରିସସ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହିତ କୌଣସି ଯୋଗାଯୋଗ କରିନଥିଲେ । ମାତ୍ର ମାଳଦ୍ୱୀପ ଅତିକ୍ରମ ସମୟରେ ବିମାନ ସହ ଯୋଗାଯୋଗ ହୋଇଥିବା ବେଳେ ମରିସସ୍‌ ଏୟାରପୋର୍ଟ ଅଧିକାରୀଙ୍କ ସହ ଏହା କୌଣସି ଯୋଗାଯୋଗ ହୋଇଥିବା ଜଣାପଡ଼ିଛି । ଫଳରେ ମରିସସ୍‌ ଅଧିକାରୀ ଆଲାରାମ୍‌ ବଜାଇଥିଲେ। ତେବେ କାହିଁକି ମରିସସ୍‌ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ସେନେଇ କିଛି ଜଣାପଡ଼ିନି।

ଭାରତୀୟ ବିମାନ ସେନା କର୍ତ୍ତୃପକ୍ଷଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମହାସାଗର ବାୟୁସୀମାରେ ଯୋଗାଯୋଗର ସମସ୍ୟା ରହିଛି । ତେଣୁ ମହାସାଗର ଉପରେ ବିମାନକୁ ନିଖୋଜ ଘୋଷଣା କରିବାକୁ ହେଲେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ (ଏଟିସି)କୁ ପାଖାପାଖି ୩୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଏକ୍ଷେତ୍ରରେ ମରିସସ୍‌ ବିମାନବନ୍ଦର କର୍ତ୍ତୃପକ୍ଷ ୧୨ ମିନିଟ୍‌ ପର୍ଯ୍ୟନ୍ତ ବିମାନ ସହ ଯୋଗାଯୋଗ ନହେବାରୁ ଆଲାର୍ମ ବଟନ୍‌ ଦବାଇଥିଲେ। ବିମାନରେ ଭିଭିଆଇପି ଥିବାରୁ ସେମାନେ ଆଉ ୩୦ ମିନିଟ୍‌ ଅପେକ୍ଷା କରିନଥିଲେ ।

ସୁଷମା ଏବେ ବ୍ରିକ୍ସ ସମ୍ମିଳନୀ ଏବଂ ଇବ୍‌ସା (ଭାରତ-ବ୍ରାଜିଲ୍‌- ଦକ୍ଷିଣ ଆଫ୍ରିକା) ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବାପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ରଖନ୍ତୁ ନାହିଁ ଭଙ୍ଗା ବାସନ, ଜାଣନ୍ତୁ କାରଣ କ’ଣ ?

Related posts

ପୁଣି ଲେଉଟିଲା ତାତି : ଭୁବନେଶ୍ଵର ସର୍ବାଧିକ ୪୧.୨ ଡିଗ୍ରୀ

ENO Beuro

ରାଜଧାନୀ : କାର୍‌ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ENO Beuro

ବିଏସପି ମୁଖ୍ୟ ମାୟାବତୀ ଆସିବେ ଜୟପୁର

ENO Beuro

Leave a Comment