Loading...

ସମ୍ବଲପୁରର ୫୪ ଆଇନଜୀବୀଙ୍କୁ ଆଶ୍ଵସ୍ତି

ସମ୍ବଲପୁରର ୫୪ ଆଇନଜୀବୀଙ୍କୁ ଆଶ୍ଵସ୍ତି

ସର୍ତ୍ତମୂଳକ ଭାବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ୫୪ ଜଣ ଆଇନଜୀବୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲେ ଭାରତୀୟ ଆଇନଜୀବୀ ପରିଷଦ (ବିସିଆଇ)।

ସର୍ତ୍ତମୂଳକ ଭାବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ୫୪ ଜଣ ଆଇନଜୀବୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲେ ଭାରତୀୟ ଆଇନଜୀବୀ ପରିଷଦ (ବିସିଆଇ)। ୩ ମାସ ନିଲମ୍ବନ ଦଣ୍ଡ ଭୋଗିବା ପରେ ସର୍ତ୍ତମୂଳକ ଭାବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା ବୋଲି ବିସିଆଇ ପକ୍ଷରୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ଚିଠି ଲେଖାଯାଇଛି। ବିସିଆଇ ସର୍ତ୍ତନୁସାରେ ଭବିଷ୍ୟତରେ କୌଣସି ଗଣ୍ଡଗୋଳରେ ଆଇନଜୀବୀମାନେ ସାମିଲ ହେବେ ନାହିଁ ।ଏନେଇ ୧୦ ଦିନ ଭିତରେ ବିସିଆଇ ସଂପାଦକଙ୍କୁ ଇମେଲ ଜରିଆରେ ୫୪ ଜଣ ଆଇନଜୀବୀ ଅଣ୍ଡରଟେକିଂ ଲେଖିକି ଦେବେ । ଏହା ଛଡା ଆଇନଜୀବୀଙ୍କ ଚାଲିଚଳଣ ଓ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଜିଲ୍ଲା ଜଜଙ୍କୁ ଅନୁରୋଧ କରାଯାଇଛି ।

ସୂଚନାନଯୋଗ୍ୟ, ଗତ ୧୨ ଡିସେମ୍ବରର ଅପ୍ରତ୍ୟାଶିତ ଘଟଣା ପରେ ଏହି ଆଇନଜୀବୀମାନଙ୍କୁ ବିସିଆଇ ୧୮ ମାସ ପାଇଁ ନିଲମ୍ବନ କରିଥିଲା।ଗତ ୧୨ ଡିସେମ୍ବରର ଅପ୍ରତ୍ୟାଶିତ ଘଟଣା ପରେ ଏହି ଆଇନଜୀବୀମାନଙ୍କୁ ବିସିଆଇ ୧୮ ମାସ ପାଇଁ ନିଲମ୍ବନ କରିଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.