• Home
  • Entertainment
  • ସୋନିଆ ଗାନ୍ଧୀଙ୍କ ଭୂମିକାରେ ଆସିବେ ଜର୍ମାନୀ ନାୟିକା
Entertainment

ସୋନିଆ ଗାନ୍ଧୀଙ୍କ ଭୂମିକାରେ ଆସିବେ ଜର୍ମାନୀ ନାୟିକା

ସୋନିଆଙ୍କ ଭୂମିକାରେ ଜର୍ମାନୀର ସୁଜୈନ୍‌

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନ ଉପରେ ଆଧାରିତ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଫିଲ୍ମର ବିଭିନ୍ନ ଫଟୋ ଦେଖିବାକୁ ମିଳିଛି । ପ୍ରଥମେ ମନମୋହନଙ୍କ ଭୂମିକାରେ ଥିବା ଅନୁପମ୍‌ ଖୈର୍‌ଙ୍କ ଫଟୋ ଆସିଥିଲା । ଏବେ ସୋନିଆ ଗାନ୍ଧୀଙ୍କ ଚରିତ୍ର କରୁଥିବା ସୁଜୈନ୍‌ ବର୍ନେଟ୍‌ଙ୍କ ଫଟୋ ସାମ୍ନାକୁ ଆସିଛି ।

ବଲିଉଡର ଅପ୍‌କମିଙ୍ଗ ପଲିଟିକାଲ ମୁଭି ‘ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ରେ ସୋନିଆ ଗାନ୍ଧୀଙ୍କ ଭୂମିକାରେ ଦେଖାଦେବେ ଜର୍ମାନ ନାୟିକା ସୁଜେନ ବର୍ନର୍ଟ। ଅଭିନେତା ଅଖିଲ ମିଶ୍ରଙ୍କୁ ବିବାହ କରିଥିବା ବର୍ନର୍ଟ ବିଭିନ୍ନ ଭାଷାରେ କିଛି ଭାରତୀୟ ଫିଲ୍ମ ସହ କିଛି ଟେଲିଭିଜନ ଶୋ’ରେ ପୂର୍ବରୁ ଅଭିନୟ କରିଛନ୍ତି ।

୩୫ ବର୍ଷୀୟା ନାୟିକା ବର୍ନର୍ଟ ବେଙ୍ଗଲି, ମରାଠୀ ଓ ହିନ୍ଦୀରେ ପ୍ରାଞ୍ଜଳ ଭାବେ କଥା କହୁଥିବା ବେଳେ ଡ୍ୟାନ୍ସରେ ମଧ୍ୟ ପାରଙ୍ଗମ। ସୂଚନାଯୋଗ୍ୟ, ପୂର୍ବରୁ ଟେଲିଭିଜନ୍‌ ଧାରାବାହିକ ‘ପ୍ରଧାନମନ୍ତ୍ରୀ’ରେ ବି ବର୍ନର୍ଟ ତାଙ୍କର ଅଭିନୟ ଦେଖାଇ ସାରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଜୀବନୀକୁ ନେଇ ସଞ୍ଜୟ ବାରୁଙ୍କ ଲିଖିତ ପୁସ୍ତକ ଆଧାରରେ ଅପ୍‌କମିଙ୍ଗ ପଲିଟିକାଲ୍‌ ମୁଭି ‘ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ରେ ମୁଖ୍ୟ ଚରିତ୍ରରେ ଦେଖାଦେବେ ଅନୁପମ ଖେର୍‌। ବିଜୟ ଗୁଟେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ଆସନ୍ତା ଡିସେମ୍ବର ୨୧ରେ ରିଲିଜ୍‌ ହେବାର ଯୋଜନା ରହିଛି ।

ସୋନିଆ ଗାନ୍ଧୀଙ୍କ ଭୂମିକାରେ ଆସିବେ ଜର୍ମାନୀ ନାୟିକା sonia

ପଢନ୍ତୁ ;

ମୁହଁ ନ ଧୋଇ ପାଣି ପିଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

Related posts

୨୧ ବର୍ଷ ପରେ ‘କଳଙ୍କ’ରେ ଏକାଠି ନଜର ଆସିବେ ସଞ୍ଜୟ ଓ ମାଧୁରୀ

Krishna Kumar Manoj

ଆଇପିଏଲର ଉଦଘାଟନୀ ଉତ୍ସବରେ ପରଫର୍ମ କରିବେ ରଣବୀର ସିଂ

Krishna Kumar Manoj

ପ୍ରେମିକା ଏଲିଙ୍କଠାରୁ ଅଲଗା ହେଲେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା !

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More