୨୦୧୯ ସ୍ଵଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ପଛୁଆ

swach sarbekhyana in india

ନିକଟରେ ପ୍ରକାଶିତ ହୋଇଛି କେନ୍ଦ୍ର ସହରାଞ୍ଚଳ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସ୍ଵଚ୍ଛ ସର୍ବେକ୍ଷଣ  ରିପୋର୍ଟ। ଏହି ରିପୋର୍ଟରେ  ଇନ୍ଦୋର  ସବୁଠୁ ସ୍ବଚ୍ଛ ସହର ଭାବେ ପରିଗଣିତ ହୋଇଛି।  ଭୁବନେଶ୍ବର ଅପେକ୍ଷା ଓଡିଶାର ବ୍ରହ୍ମପୁର  ସବୁଠୁ ସଫା ସହର। ଏହି ତାଲିକାରେ ୨୧୬ ନମ୍ବରରେ ରହିଥିବାବେଳେ ଭୂବନେଶ୍ବର ୨୮୮ ନମ୍ବର ରେ ରହିଛି। ଏକଥା  ଆମେ ନୁହେଁ ରିପୋର୍ଟ କହୁଛି।

ନୂଆଦିଲ୍ଲୀର ସ୍ଵଚ୍ଛ ସର୍ବେକ୍ଷଣରେ ଉନ୍ନତ ପ୍ରଦର୍ଶନ କରିଥିବା ସହରଗୁଡିକୁ ପୁରସ୍କୃତ  କରଯାଇଥିଲା। ରାଷ୍ଟ୍ରପତି   ରମାନାଥ କୋବିନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ତାଲିକାରେ ୨୦୦ ସ୍ଥାନ ଭିତରେ ଓଡିଶାର କୌଣସି ବି ଗୋଟିଏ ସହର ସ୍ଥାନ ପାଇନହିଁ। କିନ୍ତୁ ଖୁସିର ବିଷୟ ସ୍ଵଚ୍ଛତା କ୍ଷେତ୍ରରେ ସବୁଠୁ ଦୃତ ଅଭିବୃଦ୍ଧିଶାଳି  ସହର ଭାବେ ଉତ୍ତର ଜୋନରେ ଓଡିଶାର ତରଭା କୁ ସମ୍ମାନିତ କରାଯାଇଛି।
ପଢନ୍ତୁ: ସିନେ ଜଗତର ଦାବି ଓଡିଆ ସିନେମା ହେଉ ଜିଏସଟି ମୁକ୍ତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More