News

ସ୍ୱଚ୍ଛ ଭାରତ ଅଭିଯାନ : କାର ସହ ବାଇକ ରାଲି

By Krishna Kumar Manoj

August 13, 2018

ଏୟାର ମାର୍ଶାଲ ଏନ ଜେ ଏସ ଧିଲ୍ଲନ, ଏବିଏସଏମ, ବରିଷ୍ଠ ବାୟୁସେନା ଅଧିକାରୀ, ପଶ୍ଚିମ ବାୟୁ କମାଣ ମୁଖ୍ୟାଳୟ, ନୂଆଦିଲ୍ଲୀ ୨୦୧୮ ଅଗଷ୍ଟ ୧୦ରେ ଏକ କାର ସହ ବାଇକ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରାଲି ନୂଆଦିଲ୍ଲୀରୁ ମନାଲି-ଲେହ ହୋଇ ଭ୍ୱାଇଜ ଯିବ । ଏହି ରାଲିର ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀଙ୍କ ‘ସ୍ୱଚ୍ଛ ଭାରତ ମିଶନ’କୁ ପ୍ରୋତ୍ସାହନ ପ୍ରଦାନ କରିବା । ରାଲିର ଲକ୍ଷ୍ୟ ହେଉଛି ପାହାଡ ଉପରେ ସ୍ୱଚ୍ଛତା ବଜାୟ ରଖିବା ତଥା ସେଗୁଡିକୁ ଅଳିଆମୁକ୍ତ କ୍ଷେତ୍ରରେ ପରିଣତ କରିବା ପାଇଁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା।

ରାଲି ଟିମରେ ୧୨ ଜଣ ବାୟୁସେନା କର୍ମ ଅଛନ୍ତି ଏବଂ ଏହାର ନେତୃତ୍ୱ ଏୟାର ଭାଇସ ମାର୍ଶାଲ ଏକେ ସିଂ, ଏବିଏସଏବ, ବରିଷ୍ଠ ବାୟୁସେନା ଅଧିକାରୀ ପ୍ରଶାସନ, ପଶ୍ଚିମ ବାୟୁକମାଣ ମୁଖ୍ୟାଳୟ ଗ୍ରହଣ କରୁଛନ୍ତି । ଆଗାମୀ ୧୫ଦିନ ମଧ୍ୟରେ ଏହି ଟିମ ଅମ୍ବାଲା, ମନାଲୀ, ଜିପ୍ସା, ପେଙ୍ଗ, ପେଂଗିୟାଙ୍ଗ ଶୋ, ଭ୍ୱାଇଜ ଦେଇ ବେସ କ୍ୟାମ୍ପରେ ପହଂଚିବ । ରାଲିର ସମାପ୍ତି ୨୦୧୮ ଅଗଷ୍ଟ ୨୪ରେ ନୂଆଦିଲ୍ଲୀଠାରେ ହେବ।

ଯାତ୍ରା ସମୟରେ ଟିମର ସଦସ୍ୟ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କ ସହ କଥାବାର୍ତ୍ତା କରିବେ ତଥା ସ୍ୱଚ୍ଛତାର ମହତ୍ୱ ଏବଂ ପରିବେଶକୁ ସଂରକ୍ଷିତ କରି ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିବେ। ଯାତ୍ରା ସମୟରେ ସ୍ୱଚ୍ଛତା ସହିତ ସମ୍ବନ୍ଧିତ ପ୍ରଚାର ପତ୍ର ବାଂଟିବେ, ବ୍ୟାନର ଲଗାଇବେ ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଡଷ୍ଟବିନ ରଖିବେ । ଏହି ଦଳ କିଛି ସ୍ଥାନରେ ଅଳିଆ ସଂଗ୍ରହର ଯୋଜନା ପ୍ରସ୍ତୁତ କରିଛନ୍ତି । ଦଳ ଲେହ ଏବଂ ଭ୍ୱାଇଜ ନଗରରେ ସ୍ୱଚ୍ଛତା ଅଭିଯାନ ମଧ୍ୟ ଚଲାଇବେ।

ପଢନ୍ତୁ;ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗଦେଲେ କଂଗ୍ରେସର ମିଶ୍ରଣ ପର୍ବରେ