News

ରାଜଧାନୀରେ ସ୍ୱଦେଶୀ ମେଳା ର ପ୍ରସ୍ତୁତି, ଅକ୍ଟୋବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ଚାଲିବ

ରାଜଧାନୀରେ ସ୍ୱଦେଶୀ ମେଳା ର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହା  ଅକ୍ଟୋବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ସ୍ଥାନୀୟ ରସୁଲଗଡ଼ ଦୁର୍ଗା ପଡ଼ିଆରେ ଚାଲିବ । ସ୍ଵଦେଶୀ ବ୍ୟବହାର ଓ ବିଦେଶୀ ବର୍ଜନକୁ ନେଇ ମୁଖ୍ୟତଃ ଏହି ସ୍ଵଦେଶୀ ମେଳାର ଆୟୋଜନ । ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭାରତୀୟ ସଂସ୍ଥା ଦ୍ଵାରା ଉତ୍ପାଦିତ ହେଉଥିବା ସାମଗ୍ରୀ ସମେତ ହସ୍ତଶିଳ୍ପ, ହସ୍ତତନ୍ତ ସମେତ ୨୦୦ ଊର୍ଦ୍ଧ୍ୱ ଷ୍ଟଲ୍‌ ଏହି ମେଳାରେ ରହିବ ।

ଦେଶୀୟ ଉତ୍ପାଦ ଗୁଡିକର ପ୍ରଚାର ପ୍ରସାର ନିମନ୍ତେ ସ୍ୱଦେଶୀ ମେଳାର ଆୟୋଜନ ଆବଶ୍ୟକତା ରହିଛି । ତେଣୁ ଆମ ଦେଶରେ ଉତ୍ପାଦିତ ସ୍ୱଦେଶୀ ଉତ୍ପାଦର ଚାହିଦା ବୃଦ୍ଧି କରିବାକୁ ନେଇ ଗତକାଲି ନୀଳାଦ୍ରୀବିହାର ସ୍ଥିତ ସ୍ୱଦେଶୀ ଜାଗରଣ ମଞ୍ଚ କାର୍ଯ୍ୟାଳୟରେ ସ୍ୱଦେଶୀ ମେଳାର ସୂଚନା ପତ୍ରିକାକୁ ଉନ୍ମୋଚନ କରି ଏ କଥା କହିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକଙ୍କୁ ଏହି ମେଳାର ମୁଖ୍ୟ ଉପଦେଷ୍ଟା ଭାବରେ ମନୋନୀତ କରାଯାଇଛନ୍ତି ।

ଚାଇନା ଜାତ ସାମଗ୍ରୀକୁ ଯଥା ସମ୍ଭବ ବର୍ଜନ ପାଇଁ ମଧ୍ୟ ଏହି ସମ୍ମିଳନୀ ରେ କୁହାଯାଇଛି । କାରଣ ଚାଇନା ଜାତ ସାମଗ୍ରୀ ଆମ ବଜାରକୁ କବଜା କରିବାକୁ ବସିଛି ।

ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡାଙ୍କ ସହ ଏହି ମେଳାର ପରିଚାଳନା ନିମନ୍ତେ ଗଠିତ ସମିତିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ରାଉତରାୟ, ମୁଖ୍ୟ ସଂଯୋଜକ ଅଭୟ ସାମନ୍ତରାୟ, ସହସଂଯୋଜକ ପ୍ରଶାନ୍ତ ରାଉତ, ପ୍ରଭାସ ମିଶ୍ର, ବିଜୟ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚର ରାଜ୍ୟ ସଂଯୋଜକ ନିର୍ମଳ ଷଡ଼ଙ୍ଗୀ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ।

ରାଜଧାନୀରେ ସ୍ୱଦେଶୀ ମେଳା ର ପ୍ରସ୍ତୁତି, ଅକ୍ଟୋବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ଚାଲିବ   ରାଜଧାନୀରେ ସ୍ୱଦେଶୀ ମେଳା ର ପ୍ରସ୍ତୁତି,  ଅକ୍ଟୋବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ଚାଲିବ

ପଢନ୍ତୁ ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ, ଖୋଲିବ ବାବାଙ୍କ ଗୁମର ପେଡି । 

Related posts

ମହାପୁରୁଷଙ୍କୁ ଅପମାନ: ଲେନିନ୍‌ ,ପେରିୟାରଙ୍କ ପରେ ଆମ୍ବେଦକର ଓ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ

ENO Beuro

ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ENO Beuro

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More