ସ୍ୱଦେଶୀ ଜାଗରଣ ମଞ୍ଚର ଦାବି: ଚୀନକୁ ମୋଷ୍ଟ ଫେଭର୍ଡ ନେସନ ତାଲିକାରୁ ବାଦ ଦିଆଯାଉ

jagarana macha demand chins

ମାସୁଦ ଆଜହର ଅନ୍ତଃରାଷ୍ଟ୍ରୀୟ  ଆତଙ୍କବାଦୀ ଘୋଷଣାରେ ଚୀନ  ରୋକ ଲଗାଇବାପରେ ମୋଷ୍ଟ ଫେଭର୍ଡ  ନେସନ ତାଲିକାରୁ ଚୀନ୍‌କୁ ବାଦ୍‌ ଦେବାକୁ ଦାବି କଲା ସ୍ୱଦେଶୀ ଜାଗରଣ ମଞ୍ଚ । ଚୀନ୍‌ ସୁରକ୍ଷା ପରିଷଦରେ  ଭିଟୋ କ୍ଷମତା ପ୍ରୟୋଗ କରି ମସୁଦ୍‌କୁ ସୁରକ୍ଷା ଦେଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‌) ର ସହଯୋଗୀ ସଂଗଠନ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ନିବେଦନ  କରାଯାଇଛି।

ଏକ ପତ୍ରରେ ସେମାନେ  ଲେଖିଛନ୍ତିକି,  ଦେଶରେ ଚୀନ ଉତ୍ପାଦ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ  ଲଗାଯାଉ। ତା’ସହିତ ଚୀନର ଆମଦାନି ଉପରେ ପ୍ରଚୁର  କର ବ୍ୟବସ୍ଥା ଗ୍ରହଣ କରାଯିବା ଲାଗି ଦାବି କରାଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚ  ପକ୍ଷରୁ କୁହାଯାଇଛି ଯେ ଆଗରୁ ପାକିସ୍ତାନ ବିପକ୍ଷରେ ଭାରତ ଯେଉଁଭଳି କଡ଼ା ପଦକ୍ଷେପ ନେଇଛି, ଠିକ୍‌ ସେହିଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ଚୀନ ବିରୁଦ୍ଧରେ ଗ୍ରହଣ କରିବା ଉଚିତ ବୋଲି ମଞ୍ଚ ଦାବି କରିଛି।
ପଢନ୍ତୁ: ଓଡିଶାରେ ଶାନ୍ତିପୂର୍ଣ ନିର୍ବାଚନ ନେଇ ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More