Loading...

ସ୍ବାମୀ ସ୍ବରୂପାନନ୍ଦଙ୍କ ପରେ ଦ୍ବାରକା ପୀଠର ଉତ୍ତରାଧୀକାରୀ ହେଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ

ସ୍ବାମୀ ସ୍ବରୂପାନନ୍ଦଙ୍କ ପରେ ଦ୍ବାରକା ପୀଠର ଉତ୍ତରାଧୀକାରୀ ହେଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ

ସେପ୍ଟେମ୍ବର 11ରେ ଦ୍ବାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତ ହୋଇଥିଲା । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ମଧ୍ୟ ପ୍ରଦେଶର ନରସିଂହପୁରରେ 99 ବର୍ଷ ବୟସରେ ହୃଦଘାତରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ।

ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତ ପରେ ଜଣେ ନୂଆ ଶଙ୍କରାଚାର୍ଯ୍ୟଙ୍କ ନାମ ଘୋଷଣା ହୋଇଛି । ବାରଣାସୀର ଶ୍ରୀ ବିଦ୍ୟା ମଠ ଏବଂ ଜୋତିଷ ପୀଠ ବଦ୍ରିନାଥର ଦାୟିତ୍ବ ସମ୍ଭାଳୁଥିବା ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କୁ ତାଙ୍କ ଉତ୍ତରାଧୀକାରୀ ଭାବେ ପୀଠର ପ୍ରମୁଖ ଭାବେ ଘୋଷଣା କରାଯାଇଛି । ସ୍ବାମୀ ସଦାନନ୍ଦଙ୍କୁ ଦ୍ବାରିକା ଜୋତିଷ ପୀଠର ପ୍ରମୁଖ ଭାବେ ଦାୟିତ୍ବ ଦିଆଯାଇଛି । କାଶିରେ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଆଦେଶରେ ବଡ ବଡ ଆନ୍ଦୋଳନର ରୂପରେଖ ତିଆରି କରି ତାକୁ ଆଗକୁ ନେବାରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ନିକଟତର ଶିଷ୍ୟ ଥିଲେ ।ସ୍ବାମୀ ସ୍ବରୂପାନନ୍ଦଙ୍କଠୁ ଶିଷ୍ୟ ଗ୍ରହଣ କରିବା ପରେ ତାଙ୍କ ନକଟତର ଶିଷ୍ୟ ଥିଲେ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ । 2008ରେ ସ୍ବାମୀ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ଗଙ୍ଗା ସେବା ଅଭିଯାନର ଘୋଷଣା କରିଥିଲେ । ବାରଣାସୀରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଏହି ଅନ୍ଦୋଳନ ରୂପରେଖ ପ୍ରସ୍ତୁତ କରିଥିଲେ । 112 ଦିନ ଧରି କାଶିରେ ଆମରଣ ଅନଶନ ହୋଇଥିଲା । ଯେଉଁଥିରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଅନ୍ନ ଜଳ ତ୍ୟାଗ କରି ଗଙ୍ଗାରୁ ରାଷ୍ଟ୍ରୀୟ ନଦୀର ମାନ୍ୟତା ଓ ନଦୀକୁ ସଫା କରିବା ପାଇଁ ଅଡି ବସିଥିଲେ ।

 

ପ୍ରକାଶ ଥାଉ କି, ସେପ୍ଟେମ୍ବର 11ରେ ଦ୍ବାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତ ହୋଇଥିଲା । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ମଧ୍ୟ ପ୍ରଦେଶର ନରସିଂହପୁରରେ 99 ବର୍ଷ ବୟସରେ ହୃଦଘାତରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.