ହିନ୍ଦୁ ରୀତିନୀତି ହିସାବରେ ବିବାହ କରିବେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର। ଏ ଖବର ସେ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସ୍ୱରାଙ୍କ ମାର୍ଚ୍ଚ ୧୧ରୁ ୧୬ ତାରିଖ ମଧ୍ୟରେ ହେବ ପ୍ରି-ୱେଡିଂ ସେରେମୋନୀ। ଦମ୍ପତିଙ୍କ ହଳଦୀ, ମେହେନ୍ଦି ଓ ସଙ୍ଗୀତ ସେରେମୋନିର ଆୟୋଜନ ହେବ। ଦିଲ୍ଲୀରେ ସେ ତାଙ୍କ ଆଜଙ୍କ ଘରେ ଗ୍ରାଣ୍ଡ ୱେଡିଂ ହେବାନେଇ ସୂଚନାଦେଇଛନ୍ତି। ସ୍ୱରା ଭାସ୍କରଙ୍କ ତରଫରୁ ବନ୍ଧୁ ବାନ୍ଧବଙ୍କୁ ବିବାହ ନିମନ୍ତ୍ରଣ ମଧ୍ୟ ପଠା ସରିଲାଣି।
ସୂଚନାନୁସାରେ, ପୂର୍ବରୁ ସ୍ୱରା ଭାସ୍କର ଓ ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦ କୋର୍ଟ ମ୍ୟାରେଜ କରିସାରିଛନ୍ତି।ଏମାନଙ୍କ ବିବାହକୁ ନେଇ ଅନେକ ବିବାଦ ଉପୁଜି ସାରିଛି। ସ୍ୱରାଙ୍କ ଏହି ବିବାହକୁ ନେଇ ଲୋକଙ୍କ ମଧ୍ୟରେ ଲଭ୍ ଜିହାଦ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହାପରେ ସ୍ୱରା ସୋଶାଲ ମିଡିଆରେ ଖୁବ୍ ଟ୍ରୋଲର ଶିକାର ହୋଇଥିଲେ।