Movie News

ସ୍ୱରାଜ ବାରିକ ତାଙ୍କର ନୂଆ ଓଡିଆ ସିନେମା ଲୈଲା ଓ ଲୈଲା କୁ ନେଇ ବହୁତ ଆଶାବାଦୀ ଅଛନ୍ତି

ସ୍ୱରାଜ ବାରିକ ତାଙ୍କର ନୂଆ ଓଡିଆ ସିନେମା ଲେଲା ଓ ଲେଲା କୁ ନେଇ ବହୁତ ଆଶାବାଦୀ ଅଛନ୍ତି

ସ୍ୱରାଜ ବାରିକ ଙ୍କୁ ମିଳିଯାଇଛି ଦ୍ୱିତୀୟ ସିନେମା ‘ଲୈଲା ଓ ଲୈଲା’। ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସୁଶାନ୍ତ ମଣି। ଏଥିରେ ସ୍ୱରାଜଙ୍କ ଅପୋଜିଟ୍‌ରେ ସନ୍‌ମୀରାଙ୍କୁ ନାୟିକା ଭୂମିକାରେ ନିଆଯାଇଛି । ସାର୍ଥକ ମ୍ୟୁଜିକ ବ୍ୟାନର ରେ ଏହି ଛବି ନିର୍ମାଣ ହଉଛି ।

ସ୍ୱରାଜ ଶିଶୁ ଅବସ୍ଥାରୁ ପରଦାରେ ନଜର ଆସିଛନ୍ତି। ଓଲିଉଡର ଲୋକପ୍ରିୟ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ‘ଦସ୍ୟୁ ରତ୍ନାକର’ ଛବିରୁ ଶିଶୁ କଳାକାର ଭାବେ ସିନେମା ସହ ସଂଶ୍ଳିଷ୍ଟ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ନାୟକ ଭାବେ ମଧ୍ୟ ଖୁବ୍‌ ଲୋକପ୍ରିୟ ହୋଇଥିଲେ।

ସେ ମଧ୍ୟ ୨୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଛବିରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ତାଙ୍କୁ ନାୟକ ଭାବେ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ହିଟ୍‌ ସିନେମା ‘ତୁ ମୋ ଲଭଷ୍ଟୋରି’ରେ ପ୍ରଥମେ ସୁଯୋଗ ମିଳିଥିଲା। ଏହି ସିନେମାର ପ୍ରଯୋଜନା କରିଥିଲା ତରଙ୍ଗ ସିନେ ପ୍ରୋଡକ୍ଶନ ।

ତୁ ମୋ ଲଭଷ୍ଟୋରି ଫିଲ୍ମରେ ସ୍ୱରାଜ-ଭୂମିକା ଯୋଡି ହିଟ୍‌ ହୋଇଛି। ଏବେ ଦେଖିବା କଥା ସ୍ୱରାଜ-ସନମୀରା ଯୋଡ଼ି ଅନୁରୂପ ସଫଳତା ହାସଲ କରିପାରୁଛନ୍ତି କି ନାହିଁ । ସ୍ୱରାଜ ତାଙ୍କର ଏହି ନୂଆ ସିନେମା ଲୈଲା ଓ ଲୈଲା କୁ ନେଇ ବହୁତ ଆଶାବାଡି ଅଛନ୍ତି ।

ସ୍ୱରାଜ ବାରିକ ତାଙ୍କର ନୂଆ ଓଡିଆ ସିନେମା ଲେଲା ଓ ଲେଲା କୁ ନେଇ ବହୁତ ଆଶାବାଦୀ ଅଛନ୍ତି

Related posts

“Tu Na To Prema” – Upcoming Odia Movie By Ashish Behera

ENO Beuro

ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’

Ratnamani Moharana

Sritam Das Ollywood Director, Actor Coming With Two Odia Movies

ENO Beuro

Leave a Comment