• Home
  • News
  • ସ୍ଵାଇନ୍‌ ଫ୍ଲୁ ଏବେ ବଡ ସମସ୍ୟା, ସଚେତନ ରହିବାକୁ ପ୍ରକ୍ଷାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ବାର୍ତ୍ତା
News

ସ୍ଵାଇନ୍‌ ଫ୍ଲୁ ଏବେ ବଡ ସମସ୍ୟା, ସଚେତନ ରହିବାକୁ ପ୍ରକ୍ଷାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ବାର୍ତ୍ତା

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସର୍ବଦା ଭିନ୍ନ ଭିନ୍ନ ବାର୍ତାକୁ ନେଇ ନିଜର କଳା ମାଧ୍ୟମରେ ସନ୍ଦେଶ ଦେଇ ଆସିଛନ୍ତି । ଏହି କ୍ରମରେ ସୁଦର୍ଶନ ପୁରୀ ବେଳାଭୁମୀରେ ରାଜ୍ୟରେ ଚିନ୍ତା ବଢ଼ାଉଥିବା ସ୍ଵାଇନ୍‌ ଫ୍ଲୁ କୁ ନେଇ ଏକ ବାଲୁକାକଳା କରିଥିବା ଦେଖାଯାଇଛି ।

ସୁଦର୍ଶନ ସ୍ଵାଇନ୍‌ ଫ୍ଲୁ କୁ ନେଇ ଚମତ୍କାର କଳା ପ୍ରଦର୍ଶନ କରିଛନ୍ତି । କଳା ମାଧ୍ୟମରେ ମଧ୍ୟ ଲୋକମାନଙ୍କୁ ସତର୍କ ଏବଂ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ସାଧାରଣତଃ ଘୁଷୁରୀଠାରୁ ଏହି ରୋଗ ବ୍ୟାପୁଥିବା ବେଳେ ଏହା ଅନେକ ଲୋକଙ୍କ ଜୀବନ ନେଲାଣି । ରାଜ୍ୟରେ ସ୍ଵାଇନ ଫ୍ଲୁ ମୃତ୍ୟୁସଂଖ୍ୟା ଏବେ ବୃଦ୍ଧି ପାଇଁ ୧୮ରେ ପହଞ୍ଚିଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ଅନେକ ଚିକିତ୍ସାଧିନ ଅଛନ୍ତି । 

ଏହା ସାଧାରଣତ ଏକ ସଂକ୍ରାମକ ରୋଗ ଓ ସାଧାରଣ ଥଣ୍ଡା ଭଳି ଆରମ୍ଭ ହୁଏ । ତେଣୁ ଥଣ୍ଡା କିମ୍ବା ଏଭଳି କିଛି ଅନୁଭବ ହେଲେ ଡେରି ନକରି ସଙ୍ଗେ ସଙ୍ଗେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ।

ସ୍ଵାଇନ୍‌ ଫ୍ଲୁ ସମସ୍ୟା, ସଚେତନ ରହିବାକୁ ପ୍ରକ୍ଷାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ବାର୍ତ୍ତା  ସ୍ଵାଇନ୍‌ ଫ୍ଲୁ ଏବେ ବଡ ସମସ୍ୟା, ସଚେତନ ରହିବାକୁ ପ୍ରକ୍ଷାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ବାର୍ତ୍ତା

Related posts

ବୀମା ନିୟାମକ କ୍ଷେତ୍ରରେ ଭାରତ, ଆମେରିକା ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

Krishna Kumar Manoj

ଇ-କମର୍ସ କମ୍ପାନି ପେଟିଏମ୍‌ ତରଫରୁ ଗ୍ରାହକଙ୍କୁ ଭେଟି, ଲଞ୍ଚ କଲା “ବାଏ ନାଓ ପେ ଲେଟର”

Krishna Kumar Manoj

ଲଗାଣ ବର୍ଷା ପାଇଁ ସୁନ୍ଦରଗଡ ଏବଂ କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ଛୁଟି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More