Entertainment

ସୁଇଜରଲ୍ୟାଣ୍ଡରେ ସ୍ଥାପନା ହେବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

sridevi

ବଲିଉଡର ଚାନ୍ଦିନୀ ତଥା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୂର୍ତ୍ତି ସୁଇଜରଲ୍ୟାଣ୍ଡରେ ସ୍ଥାପନା କରାଯିବ। ସୁଇଜରଲ୍ୟାଣ୍ଡ ପ୍ରଶାସନ ଦ୍ୱାରା ଏହି ସୂଚନା ଦିଆଯାଇଛି।

ଶ୍ରୀଦେବୀଙ୍କ ସୁପରହିଟ୍‌ ଫିଲ୍ମ ‘ଚାନ୍ଦ୍‌ନୀ’ ସୁଇଜରଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶରେ ଶୁଟିଂ ହୋଇଥିବାରୁ ତାଙ୍କର ପ୍ରତିମୂର୍ତ୍ତି ଦେଶର ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ୍‌ ମହତ୍ତ୍ୱ ରଖିବ ବୋଲି ଚିନ୍ତା କରାଯାଉଛି। ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ୟଶ୍‌ ଚୋପ୍ରାଙ୍କର ପ୍ରତିମୂର୍ତ୍ତି ମଧ୍ୟ ୨୦୧୬ରେ ଇଣ୍ଟରଲାକେନ୍‌ଠାରେ ପ୍ରତିଷ୍ଠା କରାଯାଇଥିଲା। ଦେଶର ପର୍ଯ୍ୟଟନ ଶିଳ୍ପ ପ୍ରତି ଲୋକପ୍ରିୟତା ବୃଦ୍ଧି ଲାଗି ଶ୍ରୀଦେବୀଙ୍କ ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଏଠାରେ ତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ବିଚାର କରାଯାଉଛି।

sridevi

ଉଲ୍ଲେଖଯୋଗ୍ୟ,୧୯୮୯ରେ ବ୍ଲକ୍‌ବଷ୍ଟର ‘ଚାନ୍ଦ୍‌ନୀ’ ସୁଇଜରଲାଣ୍ଡକୁ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଥିଲା। ୧୯୬୪ରେ ରାଜ କପୁରଙ୍କ ନିର୍ଦ୍ଦେଶିତ ‘ସଙ୍ଗମ’ ହେଉଛି ପ୍ରଥମ ଫିଲ୍ମ ଯାହାର ଶୁଟିଂ ସୁଇଜରଲାଣ୍ଡରେ ହୋଇଥିଲା। ପରେ ୧୯୬୭ରେ ‘ଆନ୍‌ ଇଭନିଙ୍ଗ୍‌ ଇନ୍‌ ପ୍ୟାରିସ୍‌’ର ଶୁଟିଂ ହୋଇଥିଲା। ଏହା ପରଠାରୁ ବଲିଉଡ୍‌ ସୁଇଜରଲାଣ୍ଡକୁ ଏକ ପ୍ରିୟତମ ଶୁଟିଂସ୍ଥଳରେ ପରିଣତ କରିବା ପରେ ଏହି ଦେଶର ପ୍ରାକୃତିକ ଦୃଶ୍ୟପଟ ଭାରତୀୟ ଫିଲ୍ମ ନିର୍ମାତାଙ୍କ ପାଇଁ ସ୍ବର୍ଗପୁର ପାଲଟିଯାଇଥିଲା।

ପଢନ୍ତୁ;ପୁରୀ-ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ବନ୍ଦ

Related posts

କେଉଁ କାରଣରୁ କରଣଙ୍କ ସିନେମାକୁ ପ୍ରତ୍ୟାଖ୍ୟାନ କଲେ ପ୍ରଭାସ , ଜାଣନ୍ତୁ କାରଣ କ’ଣ ?

ENO Beuro

୧୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ରାଜି’ !

ENO Beuro

ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା

ENO Beuro

Leave a Comment