POLITICALS

ଭାରତୀୟ ରାଷ୍ଟ୍ରଦୂତଙ୍କ ଉତ୍ତରରେ ଚୁପ ହୋଇଗଲେ ପାକିସ୍ତାନୀ ସାମ୍ୱାଦିକ

Duta 750x430

କାଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘର ବୈଠକ ପରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନର ଉତ୍ତର ରଖୁଥିଲେ ଭାରତୀୟ ରାଷ୍ଟ୍ରଦୂତ ତଥା ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ସୟଦ ଅକବରୁଦ୍ଦିନ । ଏବଂ କୌଣସି ଦ୍ୱନ୍ଦ ଥିଲେ ଏନେଇ ପାକିସ୍ତାନୀ ସାମ୍ବାଦିକଙ୍କ ୩ଟି ପ୍ରଶ୍ନର ଉତ୍ତର ରଖିବେ ବୋଲି ସ୍ପଷ୍ଟ କରିଥିଲେ ଭାରତୀୟ ରାଷ୍ଟ୍ରଦୂତ ।

ପ୍ରେସ୍ କନଫରେନସ ଟେବୁଲ ପାଖକୁ ସୟିଦ ଅକବରଉଦ୍ଦିନ ଆସିବା ମାତ୍ରେ ପାକିସ୍ତାନର ସାମ୍ୱାଦିକ  ପଚାରିଥିଲେ ‘କେବେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରିବ’ ? ଏହାପରେ ସୟିଦ ଅକବରଉଦ୍ଦିନ ତତକ୍ଷଣାତ୍ ତାଙ୍କ (ପାକିସ୍ତାନ ସାମ୍ୱାଦିକ) ପାଖକୁ ଯାଇ କହିଥିଲେ ‘ମୁଁ ଆପଣଙ୍କ ପାଖକୁ ଆସିଯାଇଛି। ଏବେ ଆରମ୍ଭ କରିବା କଥାବାର୍ତ୍ତା। ଦିଅନ୍ତୁ ଆପଣଙ୍କ ହାତ ବଢ଼ାନ୍ତୁ (ହେଣ୍ଡସେକ୍ କରିବା ପାଇଁ)’। ଏହାପରେ ସୟିଦ ଅକବରଉଦ୍ଦିନ କହିଥିଲେ  କଶ୍ମୀର ପ୍ରସଙ୍ଗରେ ଭାରତ ସବୁବେଳେ ଶିମଲା ଚୁକ୍ତିକୁ ନେଇ ପ୍ରତିବଦ୍ଧ। ଏ ନେଇ ପାକିସ୍ତାନ ସହ କଥା ହେବା ପାଇଁ ଭାରତ ପାକିସ୍ତାନକୁ ପ୍ରଥମେ ହାତ ବଢ଼ାଇ ସାରିଛି ବୋଲି ସୟିଦ କହିଥିଲେ। ଏହାପରେ ପାକିସ୍ତାନର ସାମ୍ୱାଦିକ ଟିକିଏ ଅଟକି କହିଥିଲେ ‘ହଉ ଠିକ୍ ଅଛି। ମୁଁ ଏବେ ପାକିସ୍ତାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି’। ଏହାପରେ ପାକିସ୍ତାନ ସାମ୍ୱାଦିକ ଚୁପ୍ ହୋଇଯାଇଥିଲେ। ପାଖରେ ଥିବା ଅନ୍ୟ ଦେଶର ସାମ୍ୱାଦିକ ମଧ୍ୟ ସୟିଦ ଅକବରଉଦ୍ଦିନଙ୍କ ଏପରି ବ୍ୟବହାର ଦେଖି ହସି ଉଠିଥିଲେ।

ପଢନ୍ତୁ: ଭାର୍ଗବୀ ନଦୀରେ ବନ୍ୟା ଜଳ, ପୁରୀର ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉତ୍କଟ

Related posts

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

Ratnamani Moharana

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଗୋଟବାୟା

Ratnamani Moharana

ନ୍ୟୁଜ୍ କାଳିଆ ଯୋଜନାକୁ ନେଇ ପୁଣି ଆରମ୍ଭ ହେଲା ବିବାଦ

Ratnamani Moharana

1 comment

ଏବେ ଟିକଟକ୍ ସହ ଜଡିତ ହେବେ ପୋଲିସ୍ August 17, 2019 at 3:15 pm

[…] ଭାରତୀୟ ରାଷ୍ଟ୍ରଦୂତଙ୍କ ଉତ୍ତରରେ ଚୁପ ହୋଇ… […]

Leave a Comment