ଓ୍ଵାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଜାରି ହୋଇଛି ଚିହ୍ନ। ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି, ସରପଞ୍ଚଙ୍କ ପାଇଁ ୩୨ଟି ଓ ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି।
ଶେଷ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ । ଚିହ୍ନଗୁଡ଼ିକ ସମ୍ପର୍କରେ ଅବଗତ କରାଗଲା । ଓ୍ଵାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଜାରି ହୋଇଛି ଚିହ୍ନ। ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି, ସରପଞ୍ଚଙ୍କ ପାଇଁ ୩୨ଟି ଓ ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି। ସେହିପରି ସ୍ୱାଧୀନ ଜିଲ୍ଲା ପରିଷଦ ପାଇଁ ୧୯ଟି ଚିହ୍ନ ରହିଛି। ତେବେ ସ୍ୱୀକୃତିପ୍ରାପ୍ତ ଦଳଗୁଡିକ ଦଳୀୟ ଚିହ୍ନରେ ଲଢିବେ ଜିଲ୍ଲା ପରିଷଦ ଆସନ। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଓଡ଼ିଆ ଆଲଫାବେଟ୍ ଅନୁସାରେ ଚିହ୍ନ ପ୍ରଦାନ କରାଯିବ। କରୋନା ନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ରହିଛି। ନିର୍ବାଚନ ସମୟରେ ରାଜ୍ୟରେ କୋଭିଡ୍ ସ୍ଥିତି ଦେଖି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର କଟକଣା ଜାରି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।