ଲୋକମାନଙ୍କର ଖାଦ୍ୟପେୟ ଠିକ ଭାବରେ ନ କରୁଥିବା ଯୋଗୁଁ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଦେଇଥାଏ । ଏଥି ମଧ୍ୟରୁ ସାଧାରଣତଃ ଫୁଡ୍ ପଏଜନିଂ, ଅଧିକ ମାତ୍ରରେ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା, କ’ଣ ରହିଛି ଫୁଡ୍ ପଏଜନିଂର କାରଣ ଓ ଘରୋଇ ଉପଚାର ?
ଫୁଡ୍ ପଏଜନିଂର କାରଣ :-
- ଏହାର ପ୍ରଥମ ଲକ୍ଷଣ ହେଲା ବାନ୍ତି ଲାଗିବା ଏବଂ ମୁଣ୍ଡ ବିନ୍ଧିବା । ଆଖି ସାମ୍ନାରେ ସବୁ ଅନ୍ଧାର ଭଳି ଦିଶିବା । ଯଦି ଆପଣ ମଧ୍ୟାହ୍ନ ଭୋଜନ,ରାତ୍ରି ଭୋଜନ କିମ୍ବା ଫାଷ୍ଟ ଫୁଡ୍ ପ୍ରତିଦିନ ଖାଉଛନ୍ତି ତେବେ ପ୍ରଥମେ ଜାଞ୍ଚ କରି ନିଅନ୍ତୁ ଯେଉଁ ସ୍ଥାନରେ ଆପଣ ଖାଦ୍ୟ ଖାଉଛନ୍ତି ସେହି ଜାଗା ସଫା ସୁତୁରା ଅଛି କି ନାହିଁ ।
- ଖାଦ୍ୟରେ ଅନିୟମିତତା କାରଣରୁ ଖରାଦିନେ ଅନେକ ଲୋକ ଫୁଡ୍ ପଏଜନିଂ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାଫଳରେ ସେମାନେ କ୍ଲାନ୍ତି ଓ ଦୁର୍ବଳ ଅନୁଭବ କରନ୍ତି।
- ଯେଉଁ ପାତ୍ରରେ ଖାଉଛନ୍ତି, ତାହାକୁ ଭଲ ଭାବେ ଧୁଅନ୍ତୁ ।
- କ୍ଷୀର ସହ ଖଟା ଜାତୀୟ ପଦାର୍ଥ , ମହୁ ସହ ଘିଅ , ସମୁଦ୍ର ଜାତୀୟ ଖାଦ୍ୟ ସହ କ୍ଷୀର , କଦଳୀ ଖାଇବା ପରେ ଦହି , ତରଭୁଜ ସହିତ ପୋଦିନା, ଚା’ ସହିତ ଦହି କିମ୍ବା କାକୁଡ଼ି ଆଦି ସେବନ କରିବା ଦ୍ୱାରା ଫୁଡ୍ ପଏଜନିଂ ସମସ୍ୟା ଉପୁଜିଥାଏ। ଖାଦ୍ୟମାନଙ୍କ ମଧ୍ୟରେ ଉତ୍ତମ ତାଳମେଳ ନ ରହିଲେ ଏହି ପ୍ରକାରର ସମସ୍ୟା ଦେଖାଯାଇଥାଏ ।
ଫୁଡ୍ ପଏଜନିଂର ଉପଚାର :-
- ଫୁଡ୍ ପଏଜନିଂରୁ ରକ୍ଷା ପାଇବାର ସବୁଠାରୁ ସହଜ ଉପାୟ ହେଉଛି ଖାଦ୍ୟପେୟର ମଧ୍ୟରେ ସଠିକ ସାମଞ୍ଜସ୍ୟ ରଖିବା । ଏହା ସହଫୁଡ୍ ପଏଜନିଂ ପାଇଁ ସେଓ ରସ ବହୁ ଲାଭ ଦାୟକ ହୋଇଥାଏ ।
- ଯଦି ଫୁଡ ପଏଜନିଂର ଶିକାର ହୋଇଛନ୍ତି, ତେବେ ଅଳ୍ପ ଉଷୁମ ପାଣିରେ ଲେମ୍ବୁ, ଲୁଣ ଓ ଚିନି ମିଶାଇ ସରବତ ପିଇବା ଉଚିତ । କମ୍ ମାତ୍ରାରେ ଫୁଡ ପଏଜନିଂ ହୋଇଥିଲେ ତାହାର ସମାଧାନ ହୋଇଯିବ ।
- କଦଳୀ ଏବଂ ତୁଳସୀ ମଧ୍ୟ ଫୁଡ୍ ପଏଜନିଂ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାକୁ ଦୈନିକ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ହେବା ସହ ଶରୀରର ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ ।
ପଢନ୍ତୁ ;
ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ