• Home
  • LIFESTYLE
  • ଆଣ୍ଠୁଗଣ୍ଠି ବାତ ରୋଗରେ କଷ୍ଟ ପାଉଛନ୍ତି କି? ଆସନ୍ତୁ ଜାଣିବା ଏହିରୋଗ ପାଇଁ କିଛି ଘରୋଇ ଉପଚାର
LIFESTYLE

ଆଣ୍ଠୁଗଣ୍ଠି ବାତ ରୋଗରେ କଷ୍ଟ ପାଉଛନ୍ତି କି? ଆସନ୍ତୁ ଜାଣିବା ଏହିରୋଗ ପାଇଁ କିଛି ଘରୋଇ ଉପଚାର

ଆଜିକାଲି ଆଣ୍ଠୁଗଣ୍ଠି ବାତ ରୋଗ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ରୋଗରେ ବୟସ୍କ ଲୋକମାନେ ବହୁତ କଷ୍ଟ ପାଇଥାନ୍ତି।

ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ପ୍ରତିକାର ସମ୍ପର୍କରେ-

ଲକ୍ଷଣ-

ଆଣ୍ଠୁଗଣ୍ଠି ବାତ ଲମ୍ବା ଅବଧିର ରୋଗ ଯାହା ଧିରେ ଧିରେ ଜଣାପଡିଥାଏ। ଏହାର ଲକ୍ଷଣ ଗୁଡିକ ମଧ୍ୟରେ ଆଣ୍ଠୁଗଣ୍ଠି ବିନ୍ଧିବା, ଫୁଲିଯିବା, ଜମିଯିବା ଏବଂ ଆଣ୍ଠୁଗଣ୍ଠି କାମ ନ କରିବା ପରି ସମସ୍ୟା ପରିଲକ୍ଷିତ ହୁଏ। ଏହାର ଲକ୍ଷଣ ଗୁଡିକୁ ଅଣଦେଖା କରିବା ଦ୍ୱାରା ଏହା ଭବିଷ୍ୟତରେ ଅଧିକ ବଢିଯାଇଥାଏ ଏବଂ ଏହାର ନିରାକରଣ ଖୁବ କଷ୍ଟଦାୟକ ହୋଇଥାଏ । ଏହାକୁ ଡାକ୍ତରଙ୍କ ପରମର୍ଶରେ ଔଷଧ,ବ୍ୟାୟାମ କିମ୍ବା ଘରୋଇ ଉପାୟରେ ଭଲ କରାଯାଇପାରିବ।

ପ୍ରତିକାର-

ଆଣ୍ଠୁଗଣ୍ଠି ବାତରୁ ମୁକ୍ତି ପାଇବା ପାଇଁ କିଛି ଓମେଗା-୩ ଫ୍ୟାଟି ଏସିଡ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଏହା ମଧ୍ୟରେ ସାଲମନ, ଟୁନା, ମେରକେଲ ମାଛ, ଚିଆ ମଞ୍ଜି, ଫ୍ଲାକ୍ସ ମଞ୍ଜି ଏବଂ ୱାଲନଟ ଇତ୍ୟାଦି ରହିଛି।

ଭିଟାମିନ ଏ, ସି ଏବଂ ଇ ପରି ଖାଦ୍ୟ ମଧ୍ୟ ଏହାର ନିରାକରଣ ପାଇଁ ଉପଯୁକ୍ତ। ଏହା ନିରାକରଣ ପାଇଁ ଜାମୁକୋଳି, କାନବେରି, ଷ୍ଟ୍ରବେରି, ଡାର୍କ ଚକଲେଟ, ପାଳଙ୍ଗ, ବ୍ରୋକଲି, ଗ୍ରିନ ଟି, ଅଙ୍ଗୁର ଏବଂ ରାଜମା ପରି ଖାଦ୍ୟ ଉପଯୁକ୍ତ।

ପ୍ରତିଦିନ ବେକିଙ୍ଗ ସୋଢା ପିଇବା ଦ୍ୱାରା ଆପଣ ଆଣ୍ଠୁଗଣ୍ଠି ବାତ ଜନିତ ସମସ୍ୟାରୁ ମୁକ୍ତି ପାଇବେ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ଏଥିରେ ଥିବା ସୋଡିୟମ ବାଇକାର୍ବେନେଟ ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଶରୀରର ହାଡ ଏବଂ ଗଣ୍ଠିକୁ ସୁସ୍ଥ ରଖିଥାଏ।

ଘରେ ଆପଣ ଆଣ୍ଠୁଗଣ୍ଠି ବିନ୍ଧା କିମ୍ବା ଫୁଲା ସମୟରେ ଗରମ ପାଣି କିମ୍ବା ଥଣ୍ଡା ପାଣିର ସେକ ଦେଇପାରିବେ । ଏହା ଦ୍ୱାରା ବିନ୍ଧା ବିନ୍ଧି ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବା ସହିତ ଫୁଲା ମଧ୍ୟ କମ ହୋଇଥାଏ।

ଆପଣ ଆଣ୍ଠୁଗଣ୍ଠି ବାତର ସମସ୍ୟା ଭୋଗ କରୁଥିଲେ ଅଧିକ ପରିମାଣର ଅଦା, ରସୁଣ, ସବୁଜ ପନିପରିବା ଇତ୍ୟାଦି ଖାଇବା ଖୁବ ଭଲ । ଗ୍ରିନ ଟି ମଧ୍ୟ ଏହି ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ମୁକ୍ତି ଦେବା ପାଇଁ ଏକ ସଠିକ ଔଷଧ ଭାବେ କାମ କରିଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ େଓøଷଧ ଏବଂ ଖାଦ୍ୟପେୟରେ ଯତ୍ନ ନେଲେ ଆମ୍ଭେମାନେ ସମୟ ଥାଉଥାଉ ଏହି ସମସ୍ୟାରୁ ମୁକ୍ତି ପାଇପାରିବା।

ଆଣ୍ଠୁଗଣ୍ଠି ବାତ ରୋଗରେ କଷ୍ଟ ପାଉଛନ୍ତି କି? ଆସନ୍ତୁ ଜାଣିବା ଏହିରୋଗ ପାଇଁ କିଛି ଘରୋଇ ଉପଚାର rehu

ପଢନ୍ତୁ; ଖରାଦିନେ ଲିଚୁ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର ! ଜାଣନ୍ତୁ ଏହାର ଉପକାରିତା

Related posts

ଗଣ୍ଠିସ୍ଥାନ ରୁ କଳାଦାଗ ଦୂର କରିବା ପାଇଁ ଚାହାନ୍ତି ? ଆପଣାନ୍ତୁ କେତୋଟି ସହଜ ଉପାୟ

Krishna Kumar Manoj

ରସୁଣର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ !

Krishna Kumar Manoj

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More