LIFESTYLE

ଥାଇରଏଡ଼୍‍ର ଶିକାର ହୋଇଛନ୍ତି କି? ଆସନ୍ତୁ ଜାଣନ୍ତୁ ଏହାର ଲକ୍ଷଣ ସମ୍ପର୍କରେ

ଥାଇରଏଡ଼୍‌ ମନ୍ୟୁଷ୍ୟ ଶରୀର ଏକ ପ୍ରମୁଖ ଅନ୍ତଃସ୍ରାବୀ ଅଟେ ଯାହା ଗଳାରେ ରହିଥାଏ । ଥାଇରଏଡ଼୍‌ରୁ ବାହାରୁଥିବା ହରମୋନ୍‌ ଶରୀର ମେଟାବୋଲିଜିମ୍‌କୁ ନିୟନ୍ତ୍ରଣ କରିଥାଏ। ଥାଇରଏଡ଼୍‌ରେ ଥିବା ହରମୋନ୍‌ରେ ସନ୍ତୁଳ ବିଗିଡ଼ି ଗଲେ ଶରୀରରେ ସମସ୍ୟା ସୃଷ୍ଟି ହୋଇଥାଏ । ଥାଇରଏଡ଼୍‌ ସାଧାରଣତଃ ଦୁଇ ପ୍ରକାର ଯଥା ହାଇପୋଥାଇରଏଡ଼୍‌ଜିମ୍‌ ଓ ହାଇପର୍‌ଥାଇରଏଡ଼୍‌ଜିମ୍‌। ହାଇପୋଥାଇରଏଡ଼୍‌ଜିମ୍‌ରେ ଅଚାନକ ଶରୀର ଓଜନ ବଢ଼ିଥାଏ ଏବଂ ହାଇପର୍‌ଥାଇରଏଡ଼୍‌ଜିମ୍‌ ଶରୀର ଓଜନ କମିଥାଏ।

ଥାଇରଏଡ଼୍‌ର ଲକ୍ଷଣ-

  • ଆଳସ୍ୟ, ଶକ୍ତିହୀନତା ଓ ନିର୍ବୋଧତା
  • ହାତ, ଗୋଡ଼ ଓ ମୁଖଭାଗ ଫୁଲିବା
  • ଅତ୍ୟଧିକ ନିଦ ଲାଗିବା, କ୍ଲାନ୍ତି ଅନୁଭବ କରିବା
  • କମ୍ ଖାଇଲେ ବି ଓଜନ ବୃଦ୍ଧି ହେବା
  • କୋଷ୍ଠକାଠିନ୍ୟ ହେବା
  • ଚର୍ମ ଶୁଖିବା, ଝାଳ କମ୍ ହେବା, ବାଳ ଛିଡ଼ିବା
  • ଥଣ୍ଡା ସହ୍ୟ ନ କରିବା ଇତ୍ୟାଦି।

ଜାଣନ୍ତୁ ଥାଇରଏଡ଼୍‌ ହେବାର କାରଣ କଣ-

  • ଅଧିକ ଲୁଣ କିମ୍ବା ସମୁଦ୍ର ମାଛ ଖାଇବା ଦ୍ୱାରା ଶରୀରେ ଆୟୋଡ଼ିନ୍ର ମାତ୍ରା ବଢ଼ିଥାଏ। ଯାହାଦ୍ୱାରା ହାଇପୋଥାଇରଏଡ଼୍ଜିମ୍ ହେବାର ସମ୍ଭାବନା ଅଧିକ ଥାଏ।
  • ଅତ୍ୟଧିକ କ୍ୟାଲସିୟମ୍, ଆଇରନ୍ ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଶରୀରେ ଥାଇରଏଡ଼୍ ହରମୋନ୍ ସନ୍ତୁଳନ ବିଗିଡ଼ି ପାରେ।
  • ଚା’, କଫି ଓ ଥଣ୍ଡା ପାନୀୟ ପିଇବା ଦ୍ୱାରା ଥାଇରଏଡ଼୍ ସମସ୍ୟା ଦେଖା ଦେଇଥାଏ।
  • ମାତ୍ରାଧିକ ମଦ୍ୟପାନ କଲେ ଥାଇରଏଡ଼୍ ଗ୍ଲାଣ୍ଡରେ ଥିବା ହରମନ୍ ସନ୍ତୁଳନ ବିଗିଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
  • ଅତ୍ୟଧିକ ଚିନ୍ତାରେ ରହିଲେ କାର୍ଟିସୋଲ୍‌ ନାମକ ହରମୋନ୍‌ର ମାତ୍ରା ବଢ଼ିଯାଇଥାଏ । ଫଳରେ ଥାଇରଏଡ଼୍‌ ସମସ୍ୟା ଦେଖାଯାଏ।

ପଢନ୍ତୁ; ଥକ୍କାପଣକୁ ଅଣଦେଖା କରନ୍ତୁ ନାହିଁ? ନଚେତ୍ ହୋଇପାରେ ଏହିସବୁ ସମସ୍ୟା!

Related posts

ଆସନ୍ତୁ ଜାଣିବା ସକାଳୁ ଉଠି ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ଵାରା କି କି ଲାଭ ମିଳେ

ENO Beuro

ଆସନ୍ତୁ ଜାଣିବା କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା ଭଲ ନୁହଁ କାହିଁକି

ENO Beuro

“ଚଟଣି” ଖାଦ୍ୟରେ ସ୍ଵାଦ ବଦଳାଇ ସହ ଏହା ଶରୀର ପାଇଁ ମଧ୍ୟ ହିତକର ! ଜାଣନ୍ତୁ ଏହା ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More