EnewsOdia.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ ରିଆଦ୍‌ କାମେଲ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ ରିଆଦ୍‌ କାମେଲ ଆବାସ । ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରଶଂସା କରିବା ସହ କିଟ୍‌ ସଂସ୍ଥା ତାଙ୍କୁ ଓଡ଼ିଶାକୁ ଡାକିଥିଲା ବୋଲି କହିଛନ୍ତି ରିଆଦ୍‌ । କିଟ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିଛନ୍ତି ସିରିଆ ଆମ୍ବାସଡର ରିଆଦ୍‌ କାମେଲ ଆବାସ । କିଟ୍‌ରେ ପଢ଼ୁଥିବା 30 ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦେଖି ସେ ବେଶ୍‌ ଖୁସି ଅନୁଭବ କରିଥିବା କହିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ପାଇଁ ଭଲ କାମ କରିଛନ୍ତି । ତାଙ୍କୁ ଭେଟି ସେ ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

ଏହା ସହ ଆମେରିକା-ଇରାନ୍‌ ବିବାଦ ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଯେଉଁଠି ଆମେରିକା ଅଛି ସେଠାରେ ବିପଦ ରହିଛି । ମଧ୍ୟପ୍ରାଚ୍ୟ ପାଇଁ ସେମାନଙ୍କ ପଲିସି ଓ ପ୍ରୋଗ୍ରାମ ଫେଲ୍‌ ମାରିଛି ବୋଲି କହିଛନ୍ତି ସିରିଆ ରାଷ୍ଟ୍ରଦୂତ ।କାରଣ ଆମେରିକା କାହକୁ ସାଙ୍ଗରେ ନେଇ ଚାଲିବାକୁ ଚାହୁଁନାହିଁ ବୋଲି କହିଛନ୍ତି ।
ପଢନ୍ତୁ: ପୁରୀ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ

ସମ୍ବନ୍ଧିତ ଖବର

ସମ୍ବିଧାନକୁ ଜଣେ ବ୍ରାହ୍ମଣ ତିଆରି କରିଥିଲେ ବୋଲି କହିଲେ ଗୁଜୁରାଟ ବାଚସ୍ପତି

Ratnamani Maharana

ଟଙ୍କା ଉଧାର ଆଣିବାରେ ସବୁ ରେକର୍ଡ ଭାଙ୍ଗିଲାଣି ଇମ୍ରାନ୍‌ ଖାଁଙ୍କ ସରକାର

Ratnamani Maharana

ଏଥର ହୋଲି ପାଳିବେନି ମୋଦି

Ratnamani Maharana

ଭାରତ ଅତୁଳନୀୟ କହିଲେ ରାଷ୍ଟ୍ରପତି ଟ୍ରମ୍ପ

Ratnamani Maharana

ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

Ratnamani Maharana

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana