SPORTS

ପ୍ରଥମ ଟି-୨୦: ଭାରତ ୫ ୱିକେଟରେ ବିଜୟୀ

india

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଟିତ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ । ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୧୦୯ ରନ୍‌ କରିଥିଲା । ଓ୍ଵିକେଟ ହରାଇବାରୁ ବଡ଼ ସ୍କୋର କରି ପାରି ନଥିଲା କାରାବେୟାନ୍‌ ଦଳ । କୁଳଦୀପ ଯାଦବ ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ । ୧୧୦ ରନ୍‌ ବିଜୟ ଲକ୍ଷ୍ୟକୁ ୧୭ ଓଭର୍‌ ୫ଟି ବଲରେ ୫ ଓ୍ଵିକେଟ୍‌ ବାକି ଥାଇ ହାସଲ କରି ନେଇଥିଲା ଭାରତ।

india

କୁଲଦୀପ ଯାଦବ (୪-୦-୧୩-୩) ହିଁ ଇଣ୍ଡିଜ୍ ବିପର୍ଯ୍ୟୟର କାରଣ ହୋଇଥିଲେ। ୧୧୦ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୧୬ ରନ୍ ଭିତରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୬) ଏବଂ ଶିଖର ଧାୱନ (୩)ଙ୍କୁ ହରାଇଥିଲା। ‌ଲୋକେଶ ରାହୁଲ (୧୬), ଋଷବ ପନ୍ତ (୧) ଓ ମନୀଷ ପାଣ୍ଡେ (୧୯) ବି ବିଫଳ ହୋଇଥିଲେ। ତେବେ ଦୀନେଶ କାର୍ତିକ (୩୧*, ୩୪ ବଲ୍, ୩ ଚୌକା, ୧ ଛକା) ଏବଂ କ୍ରୁନାଲ (୨୧* ରନ୍, ୯ ବଲ୍, ୩ ଚୌକା)ଙ୍କ ଦାୟିତ୍ବବାନ ବ୍ୟାଟିଂ ପାଇଁ ଶେଷରେ କଷ୍ଟକର ବିଜୟ ହାସଲ କରିଥିଲା।

ଯଶପ୍ରୀତ ବୁମ୍ରା ଓ ଉମେଶ ଯାଦବ ଜଣକା ଲେଖାଏ ୱିକେଟ୍ ଅକ୍ତିଆର୍ କରିଥିଲେ। ଉଚ୍ଚକୋଟୀର ବୋଲିଂ କରି କାରିବିଆନ୍‌ ଦଳକୁ ଧରାଶାୟୀ କରିଥିବା କୁଲ୍‌ଦୀପ୍‌ ମ୍ୟାଚ୍‌ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

ପଢନ୍ତୁ;  ଘରକୁ ଧନ ଆସିବା ପୂର୍ବରୁ ଭଗବାନ କେଉଁ ସଙ୍କେତ ଦେଇ ଥାଆନ୍ତି ଜାଣନ୍ତୁ?

Related posts

ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାଟରରେ ଆର୍ଜେଣ୍ଟିନା

ENO Beuro

ତୃତୀୟ ଟି-୨୦: ରୋହିତଙ୍କ ଅପରାଜିତ ଶତକ, ସିରିଜ ଜିତିଲା ଭାରତ

ENO Beuro

ଅବିଶ୍ଵସନୀୟ ମାହୋଲ,ମୁଁ ବାକ୍ ଶୂନ୍ୟ: ସଚିନ୍‌ ତେନ୍ଦୁଲକର

ENO Beuro

Leave a Comment