Bollywood

ତାପସୀ ପାନୁ ଉତ୍ସାହିତ ଅଛନ୍ତି ତାଙ୍କର ଆଗାମୀ ଛବି “ଜୁଡଓ୍ଵା-୨” ପାଇଁ

By Krishna Kumar Manoj

July 06, 2017

‘ପିଙ୍କ’ ଓ ‘ନାମ୍‌ ଶବାନା’ ଭଳି ଦମଦାର ଚଳଚିତ୍ର ରେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିବା ତାପସୀ ପାନୁ ଏବେ ଅଧିକ ଉତ୍ସାହିତ ଅଛନ୍ତି ତାଙ୍କର ଆଗାମୀ ହିନ୍ଦୀ ଛବି ‘ଜୁଡଓ୍ଵା-୨’ ପାଇଁ।  ସେ ଏଥିରେ ପ୍ରଥମ ଥର ଲାଗି ବରୁଣ ଧଓ୍ଵନଙ୍କ ସହ କାମ କରୁଛନ୍ତି।

ଡେଭିଡ୍‌ ଧଓ୍ଵନଙ୍କ ନିର୍ଦ୍ଦେଶିତ ଏହି ସିନେମା ଟି ଲାଗି ତାପସୀ ବହୁତ ଆଶାବାଦି ଅଛନ୍ତି। କାରଣ ସେ ପୁଣି ଥରେ ଡେଭିଡ୍‌ ଧଓ୍ଵନଙ୍କ ସହ କମ କରିବାକୁ ଯାଉଛନ୍ତି ଜିଏକି ତାପସୀ ଙ୍କ ପ୍ରଥମ ସିନେମା ଚାଷମେ ବଦୂର ର ନିର୍ଦେଶକ।

ଏହି ସିନେମାରେ ସଲମାନ୍‌ ଖାନ୍‌ ଏକ ଗେଷ୍ଟ୍ ରୋଲରେ ନଜର ଆସିବାର ଜାଣିବାପରେ ସବୁଠୁ ବେଶୀ ଉତ୍ସାହିତ ହୋଇପଡ଼ିଛନ୍ତି ତାପସୀ ପାନୁ।   କାରଣ ସଲମାନ୍‌ ହେଉଛନ୍ତି ତାଙ୍କର ସବୁଠୁ ଅଧିକ ପସନ୍ଦର ନାୟକ। ତାଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିବାର ଅଭିଳାଷ ରହିଛି ଯାହା ତାଙ୍କର ‘ଜୁଡଓ୍ଵା-୨’ ଜରିଆରେ ପୂରଣ ହେବ ବୋଲି ତାପସୀ ଭାବୁଛନ୍ତି। ଏଥିଲାଗି ସେ ସଲମାନଙ୍କ ସହ ସୁଟିଂର ତାରିଖକୁ ଅପେକ୍ଷା କରିଛନ୍ତି।

ତାପସୀ ପାନୁ ମଧ୍ୟ ପ୍ରଥମ ଥର ଲାଗି ବରୁଣ ଧଓ୍ଵନଙ୍କ ସହ କମ କରିବା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି। ଆଉ ଏ ଦିଗରେ ନିଜ ଚରିତ୍ରକୁ କିଭଳି ଭାବେ ତୁଲେଇବେ ସେଥିପାଇଁ ନିଜର ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି।