ଏଥର ବଜେଟରେ ଓଡିଶାରେ ଭାଗ କେତେ!
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥିରୁ ଓଡ଼ିଶା ଅନେକ କିଛି ଆଶା କରୁଛି। ଗତ ଡିସେମ୍ବର ୩୦ ତାରିଖରେ ଶ୍ରୀମତୀ ସୀତାରମଣ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ ବଜେଟ ଆଲୋଚନା କରିଥିଲେ।