ଫେବୃଆରୀରେ ଓଡିଶା ଆସିବେ ଖଡ଼ଗେ ଓ ପ୍ରିୟଙ୍କା
ଆଗକୁ ସାଧାରଣ ନିର୍ବାଚନ ଆସୁଛି । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଭୋଟରଙ୍କ ନିକଟତର ହେବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ତେବେ ରାଜ୍ୟରେ କଂଗ୍ରେସକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି ।