ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି
ସରିଲା ଭୋଟ୍ ଆସନ୍ତାକାଲିକୁ ଆସିବ ଫଳାଫଳ । ୩ ମହାନଗର ନିଗମର ୩୫ ମେୟର ପ୍ରାର୍ଥୀଙ୍କ ସମେତ ୬୮୯ କର୍ପୋରେଟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।
Loading...
ସରିଲା ଭୋଟ୍ ଆସନ୍ତାକାଲିକୁ ଆସିବ ଫଳାଫଳ । ୩ ମହାନଗର ନିଗମର ୩୫ ମେୟର ପ୍ରାର୍ଥୀଙ୍କ ସମେତ ୬୮୯ କର୍ପୋରେଟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।
ଆରମ୍ଭ ହେଲା ଭୋଟ ଗ୍ରହଣ । କଡା ସୁରକ୍ଷା ମଧ୍ୟରେ ରାଜ୍ୟରେ ପୌର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ 8ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ । ସାରା ରାଜ୍ୟର 59 ଟି ଏନଏସି, 47 ଟି ପୌର ପରିଷଦ ଏବଂ 3 ଟି ମହାନଗର ନିଗମର 17 ଶହ 37 ୱାର୍ଡରେ ଆଜି ନିର୍ବାଚନ ହେଉଛି ।
୨୪ ତାରିଖରେ ରାଜ୍ୟର ୩ଟି ମହାନଗର ନିଗମ, ୪୭ଟି ମୁନିସିପାଲଟି ଓ ୫୯ଟି NAC ରେ ମତଦାନ ହେବ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍ ଗ୍ରହଣ । ପୌର ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
ଶେଷ ସମୟରେ ପୌର ପ୍ରଚାର । ଆଜି ପୌର ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ । ଆଜି ସନ୍ଧ୍ୟା ୫ଟାରେ ସରିବ ପ୍ରଚାର । ଏହା ପରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାର ସଭା ସମିତି, ପ୍ରଚାର ଆଦି କରିପାରିବେ ନାହିଁ ।
ଦୁଇ ଦିନ ପରେ ପୌର ପରୀକ୍ଷା। ଆସନ୍ତାକାଲି ସରିବ ପ୍ରଚାର। ଖରାକୁ ଖାତିର ନକରି ନେତା ଓ ସମର୍ଥକଙ୍କ ଗହଣରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ସହରର ଗଳିକନ୍ଦିରେ ବୁଲୁଛି କ୍ୟାମ୍ପେନ ଗାଡ଼ି ।
ପୌର ଭୋଟ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁରର ସରକାରୀ କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା ହୋଇଛି ।
ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ସମସ୍ତଙ୍କ ନଜର ରହିଛି ବିଜେଡିର ବିଦ୍ରୋହୀ ପ୍ରାର୍ଥୀଙ୍କ ଉପରେ। ସେମାନେ ଲଢ଼େଇ ମଇଦାନ ଛାଡ଼ିବେ ନା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଖୋଲା ଯୁଦ୍ଧ କରିବେ? ମଇଦାନ ଛାଡ଼ିବା ପାଇଁ ସେମାନଙ୍କୁ ଆଜି ବିଳମ୍ବିତ ରାତି ଯାଏ ଦଳ ପକ୍ଷରୁ ବୁଝାସୁଝା ଜାରି ରହିଛି।
ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୭୦୫୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ଥିବାବେଳେ ୧୦୦ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି।