ନାଟୋ ସଦସ୍ୟତା ନିମନ୍ତେ ମେ’ରେ ଆବେଦନ କରିବେ ସ୍ୱେଡ଼େନ୍ ଓ ଫିନଲ୍ୟାଣ୍ଡ
ନାଟୋ ସଦସ୍ୟତା ନିମନ୍ତେ ସ୍ୱେଡ଼େନ୍ ଓ ଫିନଲ୍ୟାଣ୍ଡ ଆସନ୍ତା ମେ’ ମାସରେ ଆବେଦନ କରିବେ। ଏନେଇ ଏକ ରିପୋର୍ଟ ପ୍ରକାଶ ପରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏଭଳି ନ କରିବାକୁ ଓ କରିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷିଆ ବୈଦେଶୀକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଗତ ସପ୍ତାହରେ ଚେତାବନୀ ଦେଇଥିଲେ।